ଘେଂଟଶ୍ୱରରେ ବୁଲିଲା ଠେଙ୍ଗା, ଲୁହାରଡ, ଡ଼ାକ୍ତରଖାନାରେ ସୂଚନା ଅଧିକାର କର୍ମୀ ଶରତ, ୩ ଗିରଫ
ଭଦ୍ରକ, ୧୪ ଜୁଲାଇ (ହି.ସ.) - ରାତିରେ ଘେଂଟଶ୍ୱର ଛାତି ଉପରେ ବୁଲିଛି ଠେଙ୍ଗା, ଲୁହାରଡ। ଗୋଡ଼େଇ ଗୋଡ଼େଇ ବିଜେପି କର୍ମୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଦୁର୍ବୃତ। ଗତ ଶୁକ୍ରବାର ରାତିରେ ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଘେଂଟଶ୍ୱର ବଜାର ନିକଟରେ । ଦିନକୁ ଦିନ ଅଶାନ୍ତ ହୋଇପଡ଼ୁଛି ବାଂଶଡ
GHANTESWAR RE BULILA THENGA & LUHA ROAD,


ଭଦ୍ରକ, ୧୪ ଜୁଲାଇ (ହି.ସ.) - ରାତିରେ ଘେଂଟଶ୍ୱର ଛାତି ଉପରେ ବୁଲିଛି ଠେଙ୍ଗା, ଲୁହାରଡ। ଗୋଡ଼େଇ ଗୋଡ଼େଇ ବିଜେପି କର୍ମୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଦୁର୍ବୃତ। ଗତ ଶୁକ୍ରବାର ରାତିରେ ଏଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଘେଂଟଶ୍ୱର ବଜାର ନିକଟରେ । ଦିନକୁ ଦିନ ଅଶାନ୍ତ ହୋଇପଡ଼ୁଛି ବାଂଶଡା ଥାନା ଇଲାକା। ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇପଡୁଛି । ଜନତାଙ୍କୁ ସୁରକ୍ଷା ଦେବା ପାଇଁ ଅସମର୍ଥ ବାଂଶଡା ପୋଲିସ । ପ୍ରତିଦିନ ହଣାକଟା, ଆକ୍ରମଣ, ପ୍ରତିଆକ୍ରମଣ, ଲୁଟ ତରାଜ, ଛିନ୍ନତାଇ ବଢ଼ି ଚାଲିଛି। ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଘେଂଟଶ୍ୱର ଫାଣ୍ଡି ଅଂଚଳର । ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅଧିନସ୍ଥ ଘେଂଟଶ୍ୱର ଫାଣ୍ଡି ଅନ୍ତର୍ଗତ ଗୋପିନାଥପୁର ପଂଚାୟତର ବାଲିପଦା ଗ୍ରାମର ଯଦୁମଣି ସେନାପତିଙ୍କ ପୁତ୍ର ଶରତ ସେନାପତି ବୟସ ୨୮,ଯିଏକି ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି। ସୂଚନା ଅନୁସାରେ ଗତ ଶୁକ୍ରବାର ରାତି ୧୦ ଟାରେ ଘେଂଟଶ୍ୱର ମାର୍କେଟରୁ ବାଇକ୍ ଯୋଗେ ନିଜ ଘରକୁ ଶରତ ଫେରୁଥିବାବେଳେ ବଣିଆପଟି ଛକ ଠାରେ ତାଙ୍କୁ ୧୦ରୁ ୧୫ ଜଣ ଦୁର୍ବୃତ ଘେରିଯାଇ ଜୀବନରୁ ମାରିଦେବା ପାଇଁ ଲୁହା ରଡ, ଠେଙ୍ଗା, ବାଉଁଶ ଫାଲିଆ ଦ୍ୱାରା ମରଣାନ୍ତକ ଆକ୍ରମଣ କରିଥିଲେ ଓ ତଳେ ପକାଇ ନିର୍ଦ୍ଧୁମ ପିଟିଥିଲେ। ତାଙ୍କ ମୁଣ୍ଡ,ପିଠି, ହାତ,ଛାତି,ମୁହଁ ଫାଟି ଯିବା ଯୋଗୁଁ ରକ୍ତସ୍ରାବ ହୋଇଥିଲା । ଶରତ ବେହୋସ ହୋଇଯିବା ପରେ ଦୁର୍ବୃତ ଛାଡି ପଳାଇଯାଇଥିଲେ । ତେବେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଘେଂଟଶ୍ୱରରୁ ତିହିଡ଼ି ଡାକ୍ତରଖାନା ପରେ ବିଳମ୍ବିତ ରାତ୍ରିରେ ଭଦ୍ରକ ଡାକ୍ତରଖାନ ପରେ ରେଫର୍ ହୋଇ କଟକ ମେଡିକାଲ ରେ ଚିକିତ୍ସିତ ହୋଇଥିଲେ । ପୁଣି କଟକରୁ ଯାଇ ରାଜଧାନୀର ଏକ ବେସରକାରୀ ଡାକ୍ତରଖାନାର ଜରୁରୀକାଳିନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ଅତୀତରେ ଶରତ ଚାନ୍ଦବାଲି ବ୍ଳକ, ତହସିଲ ଅଂଚଳର ବିଭିନ୍ନ ଦୁର୍ନୀତି ଉପରେ ବିଶେଷ କରି ଆବାସ ଘର ଓ ମନରେଗା ମଜୁରୀର ଫଲ୍ସ ବିଲ୍‌,ଭତା ଦୁର୍ନୀତି, ଜଙ୍ଗଲ ଜମି ଜବର ଦଖଲ,ବସୁନ୍ଧରା ଯୋଜନା କେଳେଙ୍କାରି ଆଦି ଉପରେ ସୂଚନା ଅଧୁକାର ଆଇନ ମାଧ୍ୟମରେ ତଥ୍ୟ ହାସଲ କରି ଦୁର୍ନୀତିର ଖୁଲାସା କରିଥିଲେ ଓ ଲୋକାୟୁକ୍ତରେ କେସ୍ କରି ଦଣ୍ଡ ବିଧାନ କରାଇଥିଲେ । ଚୋରା କୋଇଲା ଚାଲାଣକୁ ବିରୋଧ କରି ମାଫିଆମାନଙ୍କ ରୋଜଗାରକୁ ଏକ ପ୍ରକାର ଠପ କରିଥିଲେ । ଏଥିରେ ଶତୃ ସ୍ରୁଷ୍ଟି ହେବା ସ୍ୱାଭାବିକ । ଅନ୍ୟ ଏକ ସୂତ୍ରରୁ ସୂଚନା ଅନୁସାରେ ଆକ୍ରମଣ କରିଥିବା ଦୁର୍ବୃତ ମାନଙ୍କ ମଧ୍ୟରୁ ଜଣେ ଫାଇନାନ୍ସରେ ଆଣିଥିବା ଗାଡିର କିସ୍ତି ଖିଲାପ ଯୋଗୁଁ ଶରତ ଫାଇନାନ୍ସ କର୍ମଚାରୀଙ୍କୁ କହି ଗାଡିକୁ ଧରାଇ ଦେଇଥିଲେ । ଶରତ, ବିଧାୟକଙ୍କ ନାମରେ ସୋସିଆଲ ମିଡ଼ିଆରେ ବିଭିନ୍ନ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରନ୍ତି ଯାହାଦ୍ୱାରା ଅନେକଥର ବିରୋଧର ଶୀକାର ହୋଇଛନ୍ତି । ଶରତ ପାଇଁ ଅନ୍ୟ ବିଜେପି କର୍ମୀ ଅତୀତରେ ବିଜେଡି ଦ୍ୱାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ । ଘେଂଟଶ୍ୱର ଅଂଚଳରେ ବିଜେପି ଦୁଇ ଭାଗର ବିଭକ୍ତ ହୋଇଛି। ଗୋଟିଏ ଗୋଷ୍ଠୀର ନେତା ଜଣେ ପୁରୁଷ ହୋଇଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀର ନେତା ମହିଳା ରହିଛନ୍ତି। ତେବେ ଶରତ ସେନାପତି ଏହି ମହିଳା ନେତ୍ରୀଙ୍କ ଗୋଷ୍ଠୀରେ ଥୁବାରୁ ୫/୬ ଦିନ ପୂର୍ବରୁ ଶରତକୁ ଧମକ ଦିଆଯାଇଥିଲା। ଏହିସବୁ କାରଣରୁ ଶରତ ଆକ୍ରମଣର ଶିକାର ହୋଇଥିବାର ଅନୁମାନ କରାଯାଉଛି । ଅନେକ ଠିକାଦାର, ସରକାରୀ କର୍ମଚାରୀ,ଦଲାଲ ଦୁର୍ନୀତି ଓ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ଯାହାକି ଶରତ ବିରୋଧ କରି ଆସୁଥିଲେ । ସ୍ୱାର୍ଥରେ ବାଧା ଆସିବାରୁ ଜୀବନରୁ ଶରତକୁ ହଟାଇ ଦେବା ପାଇଁ ଏହି ଆକ୍ରମଣ କରାଯାଇଥିଲା ବୋଲି ଶରତ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହି ଘଟଣାର ମୁଖ୍ୟ କାର୍ପଟଦାର ମିତ୍ରଭାନୁ ଦାସ(ଅଗସ୍ତି ଭାଇ) ଏବଂ କମଳାକାନ୍ତ ନାୟକଙ୍କ ନିର୍ଦ୍ଦେଶରେ ତାଙ୍କର ପୋଷା ଗୁଣ୍ଡା ମାନଙ୍କ ଦ୍ୱାରା ଏହି ସଂଘବଦ୍ଧ ଆକ୍ରମଣ କରାଯାଇଛି ବୋଲି ଥାନାରେ ଏତଲା ହୋଇଛି । ଗୁରୁତ୍ୱପୂର୍ଣ କଥା ହେଲା ପୁଅ ଡାକ୍ତରଖାନା ଯିବା ପରେ ୧୨ ତାରିଖ ଦିନ ସକାଳେ ବାପା ଯଦୁମଣି ସେନାପତି ଘେଂଟଶ୍ୱର ଫାଣ୍ଡିରେ ଏତଲା ଦାଖଲ କରିଛନ୍ତି ଅଭିଯୁକ୍ତଙ୍କ ନାମରେ। ଏତଲା ବଳରେ ବାଂଶଡ଼ା ଥାନା ଅଧିକାରୀ ମହମ୍ମଦ ହାପିଜ୍ କେସ୍ ନଂ ୨୩୭/୨୫ ଦଫା ୧୨୬(୨), ୧୧୫(୨), ୧୧୮ (୧), ୨୯୬, ୧୧୭(୨), ୧୦୯(୧) ୩୫୧(୩), ୩(୫) ବଳରେ ୧୪ ଜଣଙ୍କ ନାମରେ ମାମଲା ରୁଜୁ କରିଛନ୍ତି । ତଦନ୍ତ ଅଧିକାରୀ ଘେଂଟଶ୍ୱର ଫାଣ୍ଡିର ସବ୍ ଇନ୍ସପେକ୍ଟର ସୂର୍ଯ୍ୟକାନ୍ତ ମହାନ୍ତି ଆଜି ସୁଦ୍ଧା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଗନ୍ନାଥ ମହାଳିକ (ସନା),ବିଚିତ୍ର ପରିଡ଼ା(ବିଟୁ),ଜିତେନ୍ଦ୍ର ମହାଳିକ ମୋଟ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ଏବଂ ଖୁବ ଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ଓଡିଶା ସୂଚନା ଅଧିକାର ଅଭିଯାନ ଏଭଳି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହିତ ଅପରାଧୀ ଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବୀ ରଖିଛି ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande