ହାତୀ ଉପଦ୍ରବରେ ଲୋକେ ଅତିଷ୍ଠ : ନିରବଦ୍ରଷ୍ଟା ବନବିଭାଗ
ଚମ୍ପୁଆ, ୧୪ ଜୁଲାଇ (ହି.ସ.) - ଚମ୍ପୁଆ ବନାଂଚଳରେ ହାତୀ ଉପଦ୍ରବ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଚମ୍ପୁଆ ବନାଂଚଳର କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିବା ୨୬ ଟିକିଆ ହାତୀପଲଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ହାତୀପଲ ଘର ଭାଙ୍ଗୁଥିବା ବେଳେ ହାତୀପଲଙ
ହାତୀ ଉପଦ୍ରବରେ ଲୋକେ ଅତିଷ୍ଠ : ନିରବଦ୍ରଷ୍ଟା ବନବିଭାଗ


ଚମ୍ପୁଆ, ୧୪ ଜୁଲାଇ (ହି.ସ.) - ଚମ୍ପୁଆ ବନାଂଚଳରେ ହାତୀ ଉପଦ୍ରବ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଚମ୍ପୁଆ ବନାଂଚଳର କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିବା ୨୬ ଟିକିଆ ହାତୀପଲଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ହାତୀପଲ ଘର ଭାଙ୍ଗୁଥିବା ବେଳେ ହାତୀପଲଙ୍କ ଦୌରାତ୍ମ୍ୟ ଯୋଗୁଁ ଆଖପାଖ ଗ୍ରାମାଂଚଳ ଗୁଡିକରେ ଆତଙ୍କ ସୃଷ୍ଟି ହୋଇଛି। ଗତ ଶୁକ୍ରବାର ରାତି ଏହି ହାତୀପଲ ରଜିଆ ପଂଚାୟତ ଅର୍ନ୍ତଗତ ପତଳା ଗ୍ରାମରେ ସାତଟି ଘର ଭାଙ୍ଗିଥିବା ବେଳେ ଗତରାତି ହାତୀପଲ ରଜିଆ, ଗମ୍‌ହାରିଆ ବରାବାଳିଆ ସାହି ଓ ସାନନଈ ଢୁଢା ସାହି ରେ ୧୦ ରୁ ଉର୍ଦ୍ଧ୍ୱ ଘର ଭାଙ୍ଗିଛନ୍ତି। ରଜିଆ ଗ୍ରାମର ନବୀନ ବେଂଟକାର, ହୃଷିକେଶ ବେହେରା, ଦୁଷ୍ମନ୍ତ ବେହେରା, ଚିନ୍ତାନନ୍ଦ ବେହେରା, ଉମେଶ କାଳନ୍ଦୀଙ୍କ ଘର ଭାଙ୍ଗିଥିବା ବେଳେ, ବରାବଳିଆ ସାହିର ପଦିଆ ତିରିଆ, ବୁଧୁନି ମୁଣ୍ଡା, ମୀନା ମୁଣ୍ଡା, ବିଜୁ ମୁଣ୍ଡା, ଶମ୍ଭୁ ମୁଣ୍ଡା , ଅର୍ଜୁନ ମୁଣ୍ଡା, ମନୋଜ ମହାନ୍ତ, ଲକ୍ଷ୍ମଣ ମହାନ୍ତ , ଖୁଲଣା ସେଠୀ, ଧନୁ ମୁଣ୍ଡାଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ ନଷ୍ଟ କରିଛନ୍ତି। ହାତୀପଲ ପ୍ରାୟ ନିୟମିତ ଭାବେ ଜନବସତି ରେ ପଶି ଉପଦ୍ରବ କରୁଥିବା ବେଳେ ବନବିଭାଗ ନିରବଦ୍ରଷ୍ଟା ସାଜିଥିବା ନେଇ ଅଭିଯୋଗ ହେଉଛି ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande