ଜୟପୁର,୧୪ ଜୁଲାଇ (ହି.ସ.) - ଓଡିଶା ରାଜ୍ୟ ଆର୍ମଚର କିକ୍ ବକ୍ସିଂ ଆନ୍ତଃଜିଲ୍ଲା ଚମ୍ପିୟନସିପ ମ୍ୟାଚରେ ଜୟପୁର ଖେଳାଳୀଙ୍କ ସଫଳତା ହାସଲ କରିଛନ୍ତି । ଅନୁଗୁଳ ଟେବୁଲ ଟେନିସ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟରେ ଜୟପୁର ସ୍ଥିତ ଇଣ୍ଡିଆନ ଅଲ୍ଟିମେଟ ଫାଇଟ କ୍ଲବ ପକ୍ଷରୁ ସମୁଦାୟ ୧୩ ଜଣ ଅଂଶ ଗ୍ରହଣ କରିଥିବା ବେଳେ ସମୁଦାୟ ୧୬ଟି ପଦକ ହାସଲ କରିଛନ୍ତି । ଏଥିରେ ୭ଟି ସ୍ୱର୍ଣ୍ଣ ମଧ୍ୟରୁ ବିଭିନ୍ନ ପର୍ଯ୍ୟାୟରେ ନିଜ ବର୍ଗରେ କ୍ଲବର ଖେଳାଳି ତୁରଣ ଖୋସ୍ଲା ୨ଟି ସ୍ୱର୍ଣ୍ଣ, ରାହୁଲ ପଟ୍ଟନାୟକ, ବିଜୟ ସାହୁ, ରିହାନ ଖାନ୍, ଶେଖ୍ ଶେହେବାଜ ହୁସେନ, ରଞ୍ଜିତ କୁମାର ପ୍ରତ୍ୟେକ ଗୋଟାଏ ଲେଖାଁଏ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ସେହିପରି ୨ଟି ରୌପ ପଦକ ପାଇଥିବା ଖେଳାଳୀ ହେଲେ ଅଭିଷେକ ଦାସ ଏବଂ ମାନସ ନାୟକ । ୭ଟି କାଂସ୍ୟ ପଦକ ପାଇଥିବା ଖେଳାଳି ହେଲେ ମୋହିତ ଯାଦବ ୨ଟି କାଂସ୍ୟ ପଦକ, ଶେଖ୍ ଶେହେବାଜ ହୁସେନ,ଅଭିଷେକ ଦାସ, କେ. ବାହୁଲ୍ୟ. ରିହାନ ଅଲ୍ଲୀ, ଆରାୟନ ମିଶ୍ର ନିଜ ନିଜ ବର୍ଗରେ ପ୍ରତ୍ୟୋକ ଗୋଟିଏ ଲେଖାଏଁ କାଂସ୍ୟ ପଦକ ହାସଲ କରିଛନ୍ତି । ଖେଳାଳୀମାନଙ୍କ ପ୍ରଶିକ୍ଷକ ତଥା କ୍ଲବର ପ୍ରତିଷ୍ଠାତା ସୟଦ ହବିବ ମଧ୍ୟ ଏହି ଚମ୍ପିୟନସିପରେ ଉପସ୍ଥିତ ରହିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ପ୍ରକାଶଯେ, ରାଜ୍ୟ କ୍ରୀଡା ଓ ,ଯୁବ ସେବା ବିଭାଗ ଦ୍ୱାରା ସ୍ୱୀକୃତ ରାଜ୍ୟ ଆର୍ମଚର କିକ୍ ବକ୍ସିଂ ମହାସଂଘ ପକ୍ଷରୁ ଗତ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଠାରେ ଏହି ଚମ୍ପିୟନସିପ ଆୟୋଜିତ ହୋଇଥିଲା ବୋଲି ପ୍ରଶିକ୍ଷକ ସୟଦ ହବିବ୍ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି