କେନ୍ଦୁଝର, ୧୪ ଜୁଲାଇ (ହି.ସ.) - ବାଲେଶ୍ୱର ଫକିରମୋହନ ମହାବିଦ୍ୟାଳୟରେ ବିଇଡି ଛାତ୍ରୀ ସୌମ୍ୟାଶ୍ରି ଆତ୍ମହତ୍ୟା ପାଇଁ ଉଦ୍ୟମ ସହ ମେଡିକାଲରେ ଜୀବନ ସହ ସଙ୍ଘର୍ଷ କରୁଛନ୍ତି। ଅପାରଗ ଏବଂ ସ୍ଥାଣୁ ସରକାର ପାଇଁ ଗୋଟେ ନିରୀହ ଝିଅର ଜୀବନ ବାଜି ଲାଗିଛି। ଭଉଣୀଟିର ନ୍ୟାୟ ଅଧିକାର ପାଇଁ ଜିଲ୍ଲା ଯୁବ ଛାତ୍ର କଂଗ୍ରେସ ତରଫରୁ ଆସନ୍ତା କାଲି ସକାଳ ୧୧ ଘଟିକାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଯୁବ ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA