ପୁରୀ, ୧୪ ଜୁଲାଇ (ହି.ସ.)- ବୀର ମାଟି ବ୍ରହ୍ମଗିରି | ବ୍ରହ୍ମଗିରିର ଜନସଂଖ୍ୟା ବଢୁଛି | ବ୍ରହ୍ମଗିରିକୁ ଶୀଘ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ. ଏ. ସି.) ଘୋଷଣା କରିବା ପାଇଁ ବ୍ରହ୍ମଗିରିର ଜଣାଶୁଣା ଆଇନଜୀବୀ ଭାସ୍କର ଜେନା ଦାବୀ କରିଛନ୍ତି | ଅଣସର ୧୪ ଦିନ ପ୍ରାୟ ୧୪ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି | ଭକ୍ତ ମାନଙ୍କୁ ଗମନାଗମନ, ପାନୀୟ ଜଳ, ସ୍ୱାସ୍ଥ୍ୟ, ପରିମଳ ଯୋଗାଇବାରେ ଗ୍ରାମପଞ୍ଚାୟତ ସମର୍ଥ ହେଉନାହିଁ | ବ୍ରହ୍ମଗିରି ବଜାର କଳେବର ବୃଦ୍ଧି ପାଇ ବ୍ଲକ ଛକ ଓ କାଠୁଆରେଡି ପର୍ଯ୍ୟନ୍ତ ଲମ୍ବିଲାଣି | ସେପଟେ ଥାନା ଠାରୁ ହାଣ୍ଡିଆଳି ଛକ ପର୍ଯ୍ୟନ୍ତ ଦୋକାନ ବଢ଼ିଲାଣି | ଏହି ଐତିହାସିକ ମାଟିର ମାନ ରଖିବା ପାଇଁ ରାଜ୍ୟ ସରକାର ଏନଏସି ଘୋଷଣା କରନ୍ତୁ ବୋଲି ଶ୍ରୀ ଜେନା ପୁରୀ ଠାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ