ଭୁବନେଶ୍ୱର,୧୪ ଜୁଲାଇ (ହି.ସ.)- ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୋମବାର ଭୁବନେଶ୍ୱର ଜୟଦେବ ଭବନ ଠାରେ ଭିଏଲ୍ଇ ୟୁନିୟନ୍ ଓଡ଼ିଶାର ସର୍ବପ୍ରଥମ ରାଜ୍ୟସ୍ତରୀୟ ବନ୍ଧୁମିଳନ ଓ ଭିଏଲ୍ଇ ଭବନର ଲୋକାର୍ପଣ ସମାରୋହ ମିତ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇଛନ୍ତି।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଏହି ସଂଗଠନରେ ସଦସ୍ୟ/ସଦସ୍ୟା ମାନେ ଆମ ରାଜ୍ୟ ଓଡ଼ିଶାର ସବୁ ଅଂଚଳରେ ଜନସାଧାରଣଙ୍କୁ ସମସ୍ତ ପ୍ରକାର ଡିଜିଟାଲ ସେବା ଯୋଗାଇବା ସଙ୍ଗେ ସଙ୍ଗେ ଅନେକ ପ୍ରକାର ଜନକଲ୍ୟାଣ ତଥା ସାମଗ୍ରୀକ ବିକାଶମୂଳକ କାର୍ଯ୍ୟ କରୁଛନ୍ତି,ଯାହାକି ଅତ୍ୟନ୍ତ ଅଭିନନ୍ଦନୀୟ ଓ ପ୍ରଶଂସନୀୟ।
ଉକ୍ତ ସଂଗଠନ ରାଜ୍ୟରେ ରକ୍ତଅଭାବରୁ କାହାର ମୃତ୍ୟୁନହେଉ ସେଥିପାଇଁ ରାଜ୍ୟବ୍ୟାପୀ ସେଛାକୃତ ରକ୍ତଦାନ ଶିବିର 'ମିତ ପାଇଁ ରକ୍ତଦାନ ''ଅଭିଯାନ,ବନ୍ୟାବାତ୍ୟା ପ୍ରାକୃତିକ ଦୁର୍ବିପାକରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବାନିମନ୍ତେ ଦେବାରେ ଆନନ୍ଦ ମିତ ପାଇଁ ସମର୍ପଣ ଅଭିଯାନ,ନିଶାମୁକ୍ତ ଓ ହିଂସାମୁକ୍ତ ସମାଜ ଗଠନପାଇଁ ସତ୍ୟ, ଅହିଂସା ,ସେବା ,ସମର୍ପଣ ,ସଂକଳ୍ପ ଶିବିର ମିତ ପାଇଁ ପ୍ରଶିକ୍ଷଣ ଅଭିଯାନ , ବର୍ତମାନ ଜଳବାୟୁ ପରିବର୍ତନରେ ପର୍ଯ୍ୟାବରଣ ସୁରକ୍ଷାପାଇଁ ରାଜ୍ୟବ୍ୟାପୀ ବ୍ୟାପକ ବୃକ୍ଷରୋପଣ ମିତ ପାଇଁ ଗଛଟିଏ'' ଅଭିଯାନ, ପରିବେଶ ସୁରକ୍ଷା ,ସୁସ୍ଥ ଜୀବନ ଯାପନ ନିମନ୍ତେ ସାମୁହିକ ଶ୍ରମଦାନ ଶିବିର ମିତ ପାଇଁ ଶ୍ରମସଂସ୍କାର' ଅଭିଯାନ ଭଳି ବହୁ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ କରୁଛନ୍ତି।
ସମଗ୍ର ରାଜ୍ୟର ଭିଏଲ୍ଇ ମାନଙ୍କର ସର୍ବ ପ୍ରଥମ ବନ୍ଧୁମିଳନ ''ମିତ ଉତ୍ସବ ସମାରୋହ ଅବସରରେ ସଂଗଠନର ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସଂଗଠନଟି ସର୍ବଜନବିଦିତ ହେଉ।
ଏହି ସମାରୋହରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ପୂର୍ବତନ ଉନ୍ନୟନ କମିଶନର ଡ଼ଃ ରବିନାରାୟଣ ସେନାପତି,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଭିଏଲ୍ଇ ୟୁନିୟନ୍ ଓଡ଼ିଶାର ସଭାପତି ସଂଗ୍ରାମ କେଶରୀ ସାମନ୍ତରାୟ ,ସମ୍ପାଦକ ମନୋରଞ୍ଜନ ଦାସଙ୍କ ସମେତ ଅନ୍ୟ ବରିଷ୍ଠ ଅତିଥି ଗଣ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା