ପାଇପ୍ ଲାଇନ୍‌କୁ ବିରୋଧ କଲେ ବ୍ୟବସାୟୀ : ବିଧାୟକଙ୍କୁ ଜଣାଇଲେ ସମସ୍ୟା : ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି
ଧର୍ମଶାଳା, ୧୪ଜୁଲାଇ (ହି.ସ.) - ଯାଜପୁର ଜିଲା ବଡଚଣା ବ୍ଲକ ପୂର୍ବତଟ ରେଳପଥ ଧାନମଣ୍ଡଳ ବଜାର ଦେଇ ମେଗା ପାନୀୟ ଜଳ ପ୍ରକଳ୍ପ ପାଇପ୍ ଲାଇନ୍ ବିଛା କାର୍ଯ୍ୟ ଆରମ୍ଭ ହେବ । ଏନେଇ ଜମି ଅଧିଗ୍ରହଣ ପାଇଁ ଦର୍ପଣ ତହସିଲଙ୍କୁ ନିର୍ଦ୍ଦେଶ ହୋଇଛି । ନିର୍ଦ୍ଦେଶ ଅନୁଯାୟୀ ତହସିଲ ପକ୍ଷରୁ ଛୋଟବଡ ବ୍ୟବସାୟୀକ ପ୍ରତ
ପାଇପ୍ ଲାଇନ୍‌କୁ ବିରୋଧ କଲେ ବ୍ୟବସାୟୀ : ବିଧାୟକଙ୍କୁ ଜଣାଇଲେ ସମସ୍ୟା : ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି


ଧର୍ମଶାଳା, ୧୪ଜୁଲାଇ (ହି.ସ.) - ଯାଜପୁର ଜିଲା ବଡଚଣା ବ୍ଲକ ପୂର୍ବତଟ ରେଳପଥ ଧାନମଣ୍ଡଳ ବଜାର ଦେଇ ମେଗା ପାନୀୟ ଜଳ ପ୍ରକଳ୍ପ ପାଇପ୍ ଲାଇନ୍ ବିଛା କାର୍ଯ୍ୟ ଆରମ୍ଭ ହେବ । ଏନେଇ ଜମି ଅଧିଗ୍ରହଣ ପାଇଁ ଦର୍ପଣ ତହସିଲଙ୍କୁ ନିର୍ଦ୍ଦେଶ ହୋଇଛି । ନିର୍ଦ୍ଦେଶ ଅନୁଯାୟୀ ତହସିଲ ପକ୍ଷରୁ ଛୋଟବଡ ବ୍ୟବସାୟୀକ ପ୍ରତିଷ୍ଠାନର ମାଳିକମାନଙ୍କୁ ଘର ଉଚ୍ଛେଦ ପାଇଁ ନୋଟିସ୍ ଜାରି କରାଯାଇଛି । ଫଳରେ ବ୍ୟବସାୟୀ ସେମାନଙ୍କ ବ୍ୟବସାୟକୁ ଭୟ ଓ ଆଶଙ୍କାରେ ରହିଛନ୍ତି । ଏନେଇ ଧାନମଣ୍ଡଳ ବଜାର କିମଟିର ସଭାପତି ଦୀପକ କୁମାର ମିଶ୍ରଙ୍କ ନେତୃତ୍ୱରେ ବ୍ୟବସାୟୀ କାହ୍ନୁ ଚରଣା ରାଉତ, ସୁବାସ ସାହୁ, ଡମ୍ବରୁଧର ସାହୁ, ଭରତ ସାହୁ, ଭାଷ୍କର ନାୟକ, ବସନ୍ତ କୁମାର ଦାସ, ପ୍ରଶାନ୍ତ କୁମାର ସାହୁ, ନିତ୍ୟାନନ୍ଦ ଦାସ, ଅଜୟ କୁମାର ସାହୁ ଓ ପ୍ରକାଶ ସାହୁ ପ୍ରମୁଖ ବଡଚଣା ବିଧାୟକ ଅମର ନାୟକଙ୍କୁ ଭେଟି ଦୋକାନ ଉଚ୍ଛେଦ ନ କରି ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ବିଧାୟକ ଶ୍ରୀ ନାୟକ ଧାନମଣ୍ଡଳ ବଜାର ପରିଦର୍ଶନ କରି ଦର୍ପଣ ତହସିଲଦାରଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ ବ୍ୟବସ୍ଥା କରିବା,ବଜାର ନବିକରଣ କରିବା ଓ ଅତ୍ୟାଧୁନିକ ଭେଣ୍ଡି ଜୋନ୍ ପ୍ରତିଷ୍ଠା କରିବା ସହିତ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande