ଜୟପୁର, ୧୪ ଜୁଲାଇ (ହି.ସ.)- ସୋଲାର ଲାଇଟ ଲଗାଇବାକୁ ଗ୍ରାମବାସୀ ମାନେ ଦାବି କରି ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସମାଜସେବି ବି ହରିରାଓଙ୍କ ନେତୃତ୍ଵରେ ଗ୍ରାମବାସୀ ମାନେ ଆଜି ଉପ ଜିଲାପାଳଙ୍କ କାଯ୍ୟାଳୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । ଗାନ୍ଧୀ ଛକ କେନାଲ ରାସ୍ତା ଠାରୁ ଗଡପଦର, କଳାଗୁଡା, ବାଲାପୁଟ, ଜୟନ୍ତିଗିରି କେନାଲ ପିଚୁ ରାସ୍ତା ଉପରେ ଲୋକଙ୍କ ସୁବିଧା ପାଇଁ ସୋଲାର ଲାଇଟର ବ୍ୟବସ୍ଥା କରିବାକୁ ଦାବି ହୋଇଛି । ଗାନ୍ଧୀ ଛକ ମୁଖ୍ୟ କେନାଲ ରୋଡଟି ପିଚୁ ରାସ୍ତା ନିର୍ମାଣ ହୋଇ ଜୟନ୍ତିଗିରି ଛକକୁ ସଂଯୋଗ କରିଛି । ଉକ୍ତ ରାସ୍ତା ଉପରେ ଜନ ସାଧାରଣ ଚାଷି ମୁଲିଆ ଯିବା ଆସିବା କରନ୍ତି । ରାସ୍ତାଟି ଅନ୍ଧାର ଥିବାରୁ ଜନସାଧାରଣ ଯିବାକୁ ଭୟ କରିବା ସହ ସୁରକ୍ଷିତ ମନେ କରୁ ନାହାନ୍ତି । ଉକ୍ତ ରାସ୍ତାରେ ଅନେକ ଗ୍ରାମ ରହିଛି । ତେଣୁ ଗାନ୍ଧୀ ଛକ ଠାରୁ ଜୟନ୍ତିଗିରି ଛକ ଯାଏ ସୋଲାର ଲାଇଟ ର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି