ଏଫ୍‌ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମର ନ୍ୟାୟିକ ତଦନ୍ତ ଦାବିକଲା କଂଗ୍ରେସ
ଭୁବନେଶ୍ୱର,୧୪ ଜୁଲାଇ (ହି.ସ.)- ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନ୍ୟାୟିକ ତଦନ୍ତ ଦାବି କରାଯାଇଛି। ନଚେତ ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ୱାବଧାନରେ ସିବିଆଇକୁ ମଧ୍ୟ ତଦନ୍ତ ଭାର ଅର୍ପଣ କରାଯାଇ ପାରିବ ବୋଲି ସୋ
ଏଫ୍‌ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମର ନ୍ୟାୟିକ ତଦନ୍ତ ଦାବିକଲା କଂଗ୍ରେସ


ଭୁବନେଶ୍ୱର,୧୪ ଜୁଲାଇ (ହି.ସ.)- ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନ୍ୟାୟିକ ତଦନ୍ତ ଦାବି କରାଯାଇଛି। ନଚେତ ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ୱାବଧାନରେ ସିବିଆଇକୁ ମଧ୍ୟ ତଦନ୍ତ ଭାର ଅର୍ପଣ କରାଯାଇ ପାରିବ ବୋଲି ସୋମବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ଦାବି କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ପୁର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ, ରାଜ୍ୟ ସରକାର ଯଦି ମହିଳା ଆୟୋଗ ଗଠନ କରିଥାନ୍ତେ ହୁଏତ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିନଥାନ୍ତା। ଘଟଣାର ବହୁଦିନ ପୂର୍ବରୁ ଛାତ୍ରୀଜଣକ ଉଚ୍ଚଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଜାତୀୟ ମହିଳା କମିଶନଙ୍କୁ ଅଧ୍ୟାପକଙ୍କ ଯୌନ ଆବେଦନ ଓ ମାନସିକ ନିର୍ଯାତନା ନେଇ ଟୁଇଟ୍ ମଧ୍ୟ କରିଥିଲେ। ରାଜ୍ୟ ମହିଳା କମିଶନ ଥିଲେ ଏହି ପ୍ରସଙ୍ଗରେ ହୁଏତ ପୁଲିସ ଡିଜିଙ୍କୁ ଜବାବ ଦେବାପାଇଁ କହିଥାନ୍ତେ। ତେଣୁକରି ମୁଖ୍ୟମନ୍ତ୍ରୀ ମଧ୍ୟ କାଠଗଡାରେ। ପୁର୍ବତନ ପିସିସି ସଭାପତି ଜୟଦେବ ଜେନା କହିଥିଲେ, ଉକ୍ତ ଅଧ୍ୟାପକଙ୍କର କଳଙ୍କିତ ଅତୀତ ରହିଥିବାରୁ ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ଥିଲା। ଆଶ୍ଚର୍ଯ୍ୟର କଥା, ଏବିଭିପି କାର୍ଯ୍ୟକର୍ତାଙ୍କ ପ୍ରତି ଅତ୍ୟାଚାର ହେଲା, ଅଥଚ ଖୋଦ୍ ବିଜେପିର ସାଂସଦ ଓ ବିଧାୟକ ତାଙ୍କୁ ସୁରକ୍ଷା ଦେଇ ପାରିଲେନି। ଏବେ କଣ ପାଇଁ ବିଜେପିର ନେତାମାନେ ଡାକ୍ତରଖାନା ଯାଉଛନ୍ତି? ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ବିରୋଧରେ ପିସିସି ସଭାପତି ଭକ୍ତ ଚରଣ ଦାସ ଆରମ୍ଭ କରିଥିବା ଆନ୍ଦୋଳନ ଆଗକୁ ମଧ୍ୟ ଚାଲିବ। ଓଡ଼ିଶାର ଝିଅ ହୋଇଥିବାରୁ ନିଜ ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତ ବେଳେ ସମୟ ବାହାର କରି ପିସିସିର ପ୍ରତିନିଧିଦଳକୁ ରାଷ୍ଟ୍ରପତି ସମୟ ଦେବେ ବୋଲି ଶ୍ରୀ ଜେନା ଆଶା ପ୍ରକାଶ କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ କହିଥିଲେ ବିଧାନସଭାରେ ଆମେ ମହିଳା ନିର୍ଯାତନା ପ୍ରସଙ୍ଗ ଉଠାଇବାରୁ ଆମେ ସମସ୍ତେ ମହିଳା ବାଚସ୍ପତିଙ୍କ ଦ୍ୱାରା ନିଲମ୍ବିତ ହୋଇଥିଲୁ। ଆଶାକରୁଛୁ ଏହି ଘଟଣାରେ ବାଚସ୍ପତି ସମ୍ବେଦନଶୀଳ ହେବେ। ନିଜ ସଂଗଠନର ଜଣେ ମହିଳା କାର୍ଯ୍ୟକର୍ତାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଏବିଭିପି କର୍ମୀମାନେ ତାଙ୍କୁ ଏମସ୍ ପରିସରରେ ବାଧା ଉପୁଯାଇବା ଘୋର ନିନ୍ଦନୀୟ ବୋଲୀ ଶ୍ରୀ କାଡାମ କହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande