ପରମେଶ୍ୱର ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ଧର୍ମଶାଳା,୧୪ ଜୁଲାଇ (ହି.ସ.)- ଯାଜପୁର ବ୍ଲକ ରୁଦ୍ରପୁର ପଂଚାୟତସ୍ଥ ନୀଳକଣ୍ଠପୁର କ୍ଲଷ୍ଟର ଅନ୍ତର୍ଗତ ବଡବାଗସାହି ପରମେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ସହକାରୀ ଶିକ୍ଷକ ଜଟାଧାରୀ ପ୍ରଧାନ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସମ୍ବର
ପରମେଶ୍ୱର ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା


ଧର୍ମଶାଳା,୧୪ ଜୁଲାଇ (ହି.ସ.)- ଯାଜପୁର ବ୍ଲକ ରୁଦ୍ରପୁର ପଂଚାୟତସ୍ଥ ନୀଳକଣ୍ଠପୁର କ୍ଲଷ୍ଟର ଅନ୍ତର୍ଗତ ବଡବାଗସାହି ପରମେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ସହକାରୀ ଶିକ୍ଷକ ଜଟାଧାରୀ ପ୍ରଧାନ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭା ପ୍ରଧାନଶିକ୍ଷକ ରବି ନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଡ. ଭାଗ୍ୟଧର ସାହୁ ଓ ସମ୍ମାନୀତ ଅତିଥିଭାବେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ସମ୍ପାଦକ ରଂଜନ କୁମାର ଦାସ ପ୍ରମୁଖ ଯୋଗ ଦେଇ ଶିକ୍ଷକ ଜୀବନରେ ଅବସର ନ ଥାଏ,ଅବସର କେବଳ ଏକ ଚାକିରୀ ଜୀବନର ବିଧି ବ୍ୟବସ୍ଥା ବୋଲି ମତବ୍ୟକ୍ତ କରିଥିଲେ । ବିଦାୟୀ ଶିକ୍ଷକ ଶ୍ରୀ ପ୍ରଧାନ ତାଙ୍କ ଚାକିରୀକାଳ ଭିତରେ ଅନେକ ଛାତ୍ରଛାତ୍ରୀମାନଙ୍କୁ ଗଢି ତୋଳିବାରେ ବେଶ୍ ସହାୟକ ହୋଇଥିବା ନେଇ ସହକାରୀ ଶିକ୍ଷକ ,ଅବିଭାବକ ଓ ପୂର୍ବତନ ଛାତ୍ରମାନେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଅତିଥିମାନେ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷା କର୍ମଚାରୀ,ପୁରାତନ ଛାତ୍ରଛାତ୍ରୀ,ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ/ସଭ୍ୟା ଓ ଅବିଭାବକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶେଷରେ ବିଦ୍ୟାଳୟ ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ଶ୍ରୀ ପ୍ରଧାନଙ୍କୁ ତାଙ୍କ ବାସଭବନ ପର୍ଯ୍ୟନ୍ତ ପାଚ୍ଛୋଟି ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande