ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଧର୍ମଶାଳା,୧୪ଜୁଲାଇ(ହି.ସ.) - ଘର ଭିତର ସିଲିଂ ଫ୍ୟାନରୁ ନବ ବଧୂଙ୍କ ମୃତ ଦେହ ଉଦ୍ଧାର । ୪୦ ଦିନ ପୂର୍ବେ ହୋଇ ଥିବା ପ୍ରେମ ବିବାହ । ତେବେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପଟୁଣିଆ ପଂଚାୟତ ଶଙ୍ଖ ଗ୍ରାମରେ । ସୂଚନା ମୁତାବକ,ଯାଜ
ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ


ଧର୍ମଶାଳା,୧୪ଜୁଲାଇ(ହି.ସ.) - ଘର ଭିତର ସିଲିଂ ଫ୍ୟାନରୁ ନବ ବଧୂଙ୍କ ମୃତ ଦେହ ଉଦ୍ଧାର । ୪୦ ଦିନ ପୂର୍ବେ ହୋଇ ଥିବା ପ୍ରେମ ବିବାହ । ତେବେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପଟୁଣିଆ ପଂଚାୟତ ଶଙ୍ଖ ଗ୍ରାମରେ ।

ସୂଚନା ମୁତାବକ,ଯାଜପୁର ଜିଲା ଧର୍ମଶାଳା ଥାନା ଅଚ୍ୟୁତପୁର ଗ୍ରାମର ହରିହର ବାରିକଙ୍କ ଝିଅ କିରନପ୍ରଭାଙ୍କ ସହ ପଟୁଣିଆ ପଂଚାୟତ ଶଙ୍ଖ ଗ୍ରାମର ନଟବର ଜେନାଙ୍କ ପୁଅ ଶ୍ରୀକାନ୍ତଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଗତମାସ ଜୁନ୍ ମାସ ୪ ତାରିଖରେ ଚଣ୍ଡିଖୋଲସ୍ଥିତ ମହାବିନାୟକ ମନ୍ଦିରରେ ଉଭୟଙ୍କର ବିବାହ ହୋଇଥିଲା । ତେବେ ବିବାହ ସମୟରେ ଜାତିଆଣ ପ୍ରସଙ୍ଗକୁ ନେଇ ଉଭୟ ପରିବାର ମଧ୍ୟରେ ମନୋମାଳିନ୍ୟ ରହିଥିଲା । ତେବେ ଆଜି ହଠାତ୍ କିରନଙ୍କ ମୃତ ଦେହ ଘର ଭିତର ସିଲିଂ ଫ୍ୟାନରେ ଝୁଲୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏନେଇ ଝିଅ ଘର ଲୋକଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ପରିବାର ଲୋକେ ସେଠାରେ ପଂହଚି ଝିଅକୁ ହତ୍ୟା କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏନେଇ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଯୌତୁକ ପାଇଁ ଝିଅକୁ ଶାଶୁଘର ଲୋକେ ମାରି ଟାଙ୍ଗି ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପଂହଚି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତ ଦେହକୁ ଜବତ କରିଥିଲା । ସ।।ଇଁଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ଏଥି ସହ ସ୍ୱାମୀ ଶ୍ରାକାନ୍ତକୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି । ତେବେ କିରନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ପୋଲିସର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣାପଡିବ । ଅନ୍ୟପକ୍ଷରେ ଦୀର୍ଘ ୫ ବର୍ଷ ଧରି ଫୋନରେ ଗଢି ଉଠିଥିବା ପ୍ରେମ ସମ୍ପର୍କ ବିବାହରେ ପରିଣତ ହେବା ପରେ ଉଭୟଙ୍କ ମଧ୍ୟରେ ଏପରି କଣ ଘଟିଲା ଏବଂ କିରନଙ୍କର ଜୀବନ ଗଲା ତାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande