କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡ଼ିବା ବନ୍ଦ କରୁ - ପ୍ରଭାତୀ ପରିଡ଼ା
ଭୁବନେଶ୍ୱର, ୧୪ ଜୁଲାଇ (ହି.ସ.)- ବାଲେଶ୍ୱର ମାମଲାରେ କଂଗ୍ରେସର ଦିଲ୍ଲୀ ପ୍ରେସମିଟ୍ କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡ଼ିବା ବନ୍ଦ କରୁ ବୋଲି କହିଛନ୍ତି ପ୍ରଭାତୀ ପରିଡା। ଏକ୍ସରେ ଶ୍ରୀମତୀ ପରିଡା ଲେଖିଛନ୍ତି ବାଲେଶ୍ୱରର ଫକୀର ମୋହନ ସ୍
କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡ଼ିବା ବନ୍ଦ କରୁ - ପ୍ରଭାତୀ ପରିଡ଼ା


ଭୁବନେଶ୍ୱର, ୧୪ ଜୁଲାଇ (ହି.ସ.)- ବାଲେଶ୍ୱର ମାମଲାରେ କଂଗ୍ରେସର ଦିଲ୍ଲୀ ପ୍ରେସମିଟ୍ କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡ଼ିବା ବନ୍ଦ କରୁ ବୋଲି କହିଛନ୍ତି ପ୍ରଭାତୀ ପରିଡା।

ଏକ୍ସରେ ଶ୍ରୀମତୀ ପରିଡା ଲେଖିଛନ୍ତି ବାଲେଶ୍ୱରର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମଦାହ ମାମଲାରେ ରାଜ୍ୟ ସରକାର ତ୍ୱରିତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଏମ୍ସରେ ପହଂଚି ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ପରିବାର ଏବଂ ମେଡ଼ିକାଲ କର୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହି ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଛନ୍ତି। ଆଜି ଦିଲ୍ଲୀରେ କଂଗ୍ରେସର ମୁଖପାତ୍ର ଏହି ମାମଲାରେ ଓଡ଼ିଶା ସରକାରଙ୍କୁ ଯେଉଁ ସମାଲୋଚନା କରିଛନ୍ତି ତାଙ୍କୁ ବୋଧହୁଏ ମହିଳା ନିର୍ଯାତନା ନେଇ କଂଗ୍ରେସର କଳା ଇତିହାସ ସମ୍ପର୍କରେ ଜଣାନାହିଁ । ତାଙ୍କ ସହିତ ଥିବା ଓଡ଼ିଶାର ବିଧାୟିକା ବୟସ ଏବଂ ରୁଚି କମ କାରଣରୁ ବୋଧହୁଏ କଂଗ୍ରେସର କଳା ଇତିହାସ ସମ୍ପର୍କରେ ଅବଗତ କରେଇ ପାରିନାହାନ୍ତି । ଓଡ଼ିଶା ସରକାର କୌଣସି ଅଭିଯୁକ୍ତ ଉପରେ ନା ନରମ ହେବ ନା କାହାକୁ ଖସିଯିବାର ସୁଯୋଗ ଦେବ । କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡ଼ିବା ବନ୍ଦ କରୁ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande