ଦୟା ନଦୀରୁ ଦଳ ସଫା କାର୍ଯ୍ୟ ଦେଖିଲେ ସମ୍ବିତ ପାତ୍ର
ଭୁବନେଶ୍ୱର, ୧୪ ଜୁଲାଇ (ହି.ସ.)- ପୁରୀ ସାଂସଦ ସମ୍ବିତ ପାତ୍ର ସୋମବାର ଦିନ ପୁରୀ ଲୋକସଭା ଅନ୍ତର୍ଗତ ସତ୍ୟବାଦୀ ବିଧାନସଭା ସ୍ଥିତ ଚୁପରିଙ୍ଗ ନିକଟରେ ଥିବା ଦୟା ନଦୀରୁ କଲକତି ଦଳ ସଫା କାର୍ଯ୍ୟ ବୁଲି ଦେଖିଛନ୍ତି। ପ୍ରବଳ ବର୍ଷା ଯୋଗୁ ସତ୍ୟବାଦୀ ବିଧାନସଭା ଦେଇ ବୋହି ଯାଇଥିବା ଦେୟା ନଦୀରେ ପ୍ରବଳ ମା
ଦୟା ନଦୀରୁ ଦଳ ସଫା କାର୍ଯ୍ୟ ଦେଖିଲେ ସମ୍ବିତ ପାତ୍ର


ଭୁବନେଶ୍ୱର, ୧୪ ଜୁଲାଇ (ହି.ସ.)- ପୁରୀ ସାଂସଦ ସମ୍ବିତ ପାତ୍ର ସୋମବାର ଦିନ ପୁରୀ ଲୋକସଭା ଅନ୍ତର୍ଗତ ସତ୍ୟବାଦୀ ବିଧାନସଭା ସ୍ଥିତ ଚୁପରିଙ୍ଗ ନିକଟରେ ଥିବା ଦୟା ନଦୀରୁ କଲକତି ଦଳ ସଫା କାର୍ଯ୍ୟ ବୁଲି ଦେଖିଛନ୍ତି।

ପ୍ରବଳ ବର୍ଷା ଯୋଗୁ ସତ୍ୟବାଦୀ ବିଧାନସଭା ଦେଇ ବୋହି ଯାଇଥିବା ଦେୟା ନଦୀରେ ପ୍ରବଳ ମାତ୍ରରେ କଲକତି ଦଳ ହୋଇଯାଇଛି। ଫଳରେ ନଦୀରେ ଭଲ ଭାବରେ ବର୍ଷା ଜଳ ନିଷ୍କାସନ ହୋଇ ପାରୁନି । ଯେଉଁ ଜାଗାରେ କଲକତି ଦଳ ହୋଇଛି ତାହାକୁ ସଫା କରିବା ପାଇଁ ଅଧିକାରୀ ମାନଙ୍କ ସହ କଥା ହେବା ସହ ସୁପାରିଶ କରିଛନ୍ତି। ଏନେଇ ସାଂସଦ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande