ବୈତରଣୀରେ ଭାସି ଯାଇ ମହିଳା ନିଖୋଜ
କେନ୍ଦୁଝର, ୧୬ ଜୁଲାଇ (ହି.ସ.)- ବାଂଶପାଳ ବ୍ଳକ୍ ବାୟାକୁମୁଟିଆ ଗାଁରୁ ଦୁଇ ବୃଦ୍ଧା ସାଙ୍ଗ ନିକଟ ବୈତରଣୀ ଗାଁକୁ ଯିବା ପାଇଁ ଗତକାଲି ଅପରାହ୍ନରେ ଘରୁ ବାହାରି ପାଦଚଲା ରାସ୍ତା ଦେଇ ବୈତରଣୀ ନଦୀ ପାରିହେଉଥିଲେ । ଏହି ଚେଷ୍ଟା କରୁଥିବା ସମୟରେ ଦୁହେଁ ଭାସି ଯାଇଥିଲେ । ଜଣେ ସାଙ୍ଗ କିଛି ଦୂରରେ ଥିବା ଏକ
ବୈତରଣୀରେ ଭାସି ଯାଇ ମହିଳା ନିଖୋଜ


କେନ୍ଦୁଝର, ୧୬ ଜୁଲାଇ (ହି.ସ.)- ବାଂଶପାଳ ବ୍ଳକ୍ ବାୟାକୁମୁଟିଆ ଗାଁରୁ ଦୁଇ ବୃଦ୍ଧା ସାଙ୍ଗ ନିକଟ ବୈତରଣୀ ଗାଁକୁ ଯିବା ପାଇଁ ଗତକାଲି ଅପରାହ୍ନରେ ଘରୁ ବାହାରି ପାଦଚଲା ରାସ୍ତା ଦେଇ ବୈତରଣୀ ନଦୀ ପାରିହେଉଥିଲେ । ଏହି ଚେଷ୍ଟା କରୁଥିବା ସମୟରେ ଦୁହେଁ ଭାସି ଯାଇଥିଲେ । ଜଣେ ସାଙ୍ଗ କିଛି ଦୂରରେ ଥିବା ଏକ ଗଛ ଡାଳକୁ ଧରି ନିଜକୁ ରକ୍ଷା କରିପାରିଥିଲେ । କିନ୍ତୁ, ଆଉ ଜଣେ ସାଙ୍ଗ ମଲ୍ଲୀ ମୁଣ୍ଡା ନଦୀରେ ଭାସିଯାଇ ଏଯାଏଁ ନିଖୋଜ ଅଛନ୍ତି । ବହୁ ଖୋଜାଖୋଜି ପରେ ଏନେଇ ଏକ ଅଭିଯୋଗ ସ୍ଥାନୀୟ ଶୁଆକାଟୀ ଫାଣ୍ଡିରେ ତାଙ୍କ ପୁଅ ମୁନସୀ ମୁଣ୍ଡା ଦେଇଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande