ଭୁବନେଶ୍ୱର, 16 ଜୁଲାଇ (ହି.ସ.)
- ବାଲେଶ୍ଵର ଏଫଏମକଲେଜ ଛାତ୍ରୀ
ଆତ୍ମହତ୍ୟା ଘଟଣାରେ ବିଜେଡି ଲୋକସେବା ଭବନ ଘେରାଉ କରିଛି । ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା
ଦାବି ସହ ନ୍ୟାୟିକ ତଦନ୍ତ ଦାବି କରିଛି ବିଜେଡି। ଜୟଦେବ ଭଵନ ନିକଟରେ ବିଜେଡି ବିଧାୟକ ହୋହଲା
କରିଛନ୍ତି । ପୋଲିସ ସହ ଧସ୍ତା ଧସ୍ତି ହୋଇଛି । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ସୌଭିକ
ବିଶ୍ୱାଳ ବିଜେଡି କର୍ମୀଙ୍କ ସହ ଆସୁଥିବା ବେଳେ ଜୟଦେବ ଭଵନ ନିକଟରୁ ଉଠାଇ ନେଇଛି ପୋଲିସ ।
ଏଫଏମ କଲେଜ ଛାତ୍ରୀ
ଆତ୍ମାହୁତି ଏକ ସ୍ପର୍ଶକାତର ଘଟଣା । ପ୍ରଶାସନିକ ଅଧିକାରୀ, କଲେଜ ଅଧକ୍ଷ ଏବଂ ସାଂସଦଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ମାଗିଥିଲେ
ପୀଡିତା । ନ୍ୟାୟ ମାଗି ବିଫଳ ହେବାରୁ ଚରମ ପଦକ୍ଷେପ ନେଇଥିଲେ । ଏହା ଗୋଟିଏ ଘଟଣା ନୁହେଁ, ଗୋପାଳପୁର ଘଟଣା
ସମସ୍ତେ ଜାଣିଛନ୍ତି । ରାଜ୍ୟବାସୀଙ୍କ ମନ ଆନ୍ଦୋଳିତ ହୋଇଛି । ସାରା ଓଡିଶାରେ ଜୋରଦାର ଆନ୍ଦୋଳନ
ହେବ । ଭବିଷ୍ୟତରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।ସୌମ୍ୟଶ୍ରୀ ଘଟଣାରେ ବିଜେଡ଼ି, କଂଗ୍ରେସ ଏକାଠି
ହେବ କି ନାହିଁ ସମୟ କହିବ । ଦଳର ସୁପ୍ରିମୋ ଏ ନେଇ ନିଷ୍ପତି ନେବେ । ଆନ୍ଦୋଳନକୁ ତୀବ୍ରତର
କରିବା ପାଇଁ ଯାହା ପଦକ୍ଷେପ ନେବାକୁ ପଡ଼ିବ ନିଆଯିବ । ବର୍ତ୍ତମାନ ଏକାକୀ ଆମ ଦଳ ଆନ୍ଦୋଳନକୁ
ଆଗକୁ ନେବ ବୋଲି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି। ବିଜେଡି ପରେ ସୌମ୍ୟାଶ୍ରୀ
ପ୍ରସଙ୍ଗରେ ବାମଦଳଗୁଡିକ ଆନ୍ଦୋଳନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା