ପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଜନଆରୋଗ୍ଯ ସମତିର ବୈଠକ
ଗଞାମ, ୪ ଜୁଲାଇ (ହି.ସ.)- ପିତ୍ତଳ ଜନଆରୋଗ୍ଯ ସମତିର ଜିବିବୈଠକ ଜିଲ୍ଲା ପରିଷଦ ସଭ୍ୟା ମନୋରମା ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରୀ ସ୍ତରରେ ମିଳିଥିବା ବିଭିନ୍ନ ଅନୁଦାନ ର ଖର୍ଚ୍ଚ ହିସାବ ଉପସ୍ଥାପନ ହୋଇ ବୈଠକରେ ଅନୁମୋଦନ ହୋଇଥିଲା। ଡାକ୍ତରଖାନାରେ ସ୍ଥାୟୀ ଫାର୍ମାସିଷ୍ଟି ଓ
ପିତ୍ତଳ ନୂତନ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ର ଜନ‌‌‌


ଗଞାମ, ୪ ଜୁଲାଇ (ହି.ସ.)- ପିତ୍ତଳ ଜନଆରୋଗ୍ଯ ସମତିର ଜିବିବୈଠକ ଜିଲ୍ଲା ପରିଷଦ ସଭ୍ୟା ମନୋରମା ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରୀ ସ୍ତରରେ ମିଳିଥିବା ବିଭିନ୍ନ ଅନୁଦାନ ର ଖର୍ଚ୍ଚ ହିସାବ ଉପସ୍ଥାପନ ହୋଇ ବୈଠକରେ ଅନୁମୋଦନ ହୋଇଥିଲା। ଡାକ୍ତରଖାନାରେ ସ୍ଥାୟୀ ଫାର୍ମାସିଷ୍ଟି ଓ ଷ୍ଟାଫ୍ ନର୍ସ ନିଯୁକ୍ତି, ଓପିଡି ଓ ଆୟୁଷ ଡାକ୍ତରଖାନାର ନୂତନ ପାଣି ଟାଙ୍କି ସ୍ଥାପନ କରିବା, ନୂତନ ଆକ୍ଵାଗାର୍ଡ ସ୍ଥାପନ, ଡାକ୍ତରଖାନାର କର୍ମଚାରୀଙ୍କ ପାଇଁ ନୂତନ ଗୃହ ନିର୍ମାଣ ପାଇଁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି।

ବୈଠକରେ ଡାକ୍ତର ମାନସ ରଞ୍ଜନ ‌ଵିଶୋଇ, ଡାକ୍ତର ଦେବାଶିଷ ଶତପଥୀ, ଡାକ୍ତର ହୃଷୀକେଶ ମହାନ୍ତି, ବରୁଣ ପୋଲେଇ, ରଶ୍ମି ପ୍ରଧାନ, ପ୍ରଦିପ୍ତ ବେହେରା, ଭୈରବ ପ୍ରଧାନ, ରମା ଅଧିକାରୀ, ପ୍ରତିଜ୍ଞା ସାହୁ‌ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ଅଧିକାଂଶ କମିଟି ସଭ୍ୟ ଉପସ୍ଥିତ ରହୁନଥିବାରୁ ଦୁଃଖ ପ୍ରକାଶ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande