Bhubaneswar, 4 ଜୁଲାଇ (ହି.ସ.)
ହୋଟେଲ ଚନ୍ଦନ ଠାରେ ବନମୋହଉତ୍ସବ ପାଳନ କରାଯାଇଛି ଏହି ଉତ୍ସବରେ ଯୋଗ ଦେଇଛନ୍ତି ଡଃ:ପ୍ରକାଶ ଶ୍ରୀ ଚନ୍ଦନ ପୂର୍ବତନ ବିଧାୟକ ଡଃ:ଦିଲ୍ଲୀପ ଶ୍ରୀ ଚନ୍ଦନ,ନିହାର ରଞ୍ଜନ ଦାସ, ଗଣେଶ ସାମନ୍ତ, ସମସ୍ଥେ ଏହି କାର୍ଯ୍ୟକ୍ରମକୁ ନେତୃତ୍ୱ ନେଇଥିଲେ ବନମୋହଉତ୍ସବ ପାଳନ ସହିତ ବୃକ୍ଷ ଲଗାଇବା ପାଇଁ ବାର୍ତା ଦେଇଥିଲେ ହୋଟେଲ ଚନ୍ଦନ ସାମ୍ନା ରେ ବୃକ୍ଷ ରୋପଣ କରାଯାଇଛି ବୃକ୍ଷ ଲଗାଇବା ସମାଜ ପାଇଁ ଉପକାରିତା ଏବଂ ବୃକ୍ଷ ହଉଛି ପ୍ରାଣୀଜଗତର ପରମ ବନ୍ଧୁ। ଜୀବନ ଧାରଣ ପାଇଁ ଆମ୍ଭେମାନେ ବୃକ୍ଷଲତା ଉପରେ ନିର୍ଭର କରିଥାଉ। ତେଣୁ ଭାରତୀୟ ଦର୍ଶନରେ ବୃକ୍ଷକୁ ଦେବତା ରୂପେ ବର୍ଣ୍ଣନା କରାଯାଇଛି । ଚନ୍ଦନ ପରିବର ଦେଶର ମଙ୍ଗଳପାଇଁ ପଥ ପ୍ରାନ୍ତରେ ବୃକ୍ଷରୋପଣ କରିଛନ୍ତି ଅନେକ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ ରାସ୍ତା କଡ଼ରେ ବୃକ୍ଷ ରୋପଣ କରିଥିଲେ ବୃକ୍ଷରୋପଣ ଏକ ମହତ୍ କର୍ମ। ବୃକ୍ଷର ଆବଶ୍ୟକତାକୁ
ଉପଲବ୍ଧ କରି ଭାରତ ସରକାର ବୃକ୍ଷରୋପଣ ଉପରେ ଗୁରୁତ୍ବାରୋପ କରିଛନ୍ତି ବୃକ୍ଷରୋପଣ ଉପକାରିତା
ବୃକ୍ଷ ଆମର ବହୁ ଉପକାର କରିଥାଏ ପଥଶ୍ରାନ୍ତି ବାଟୋଇ ମାନଙ୍କୁ ଛାୟା ପ୍ରଦାନ କରିଥାଏ
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା