ଆଜି ସଂନ୍ଧ୍ୟା ଦର୍ଶନ, ସଂନ୍ଧ୍ୟା ୬ରୁ ଦର୍ଶନ ବନ୍ଦ
ପୁରୀ, ୪ ଜୁଲାଇ (ହି.ସ.)- ରଥଯାତ୍ରାର ଆଜି ନବମୀ ତିଥିରେ ଶ୍ରୀଜୀଉଙ୍କ ସଂନ୍ଧ୍ୟା ଦର୍ଶନ ଭୋର୍ ୫ଟା ୨୦ରୁ ଆରମ୍ଭ ହୋଇଛି । ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ସଂନ୍ଧ୍ୟା ଦର୍ଶନ କରିପାରିବେ । ବାହୁଡ଼ା ଯାତ୍ରା ପ୍ରସ୍ତୁତି, ଚାରମାଳ ବନ୍ଧା ଓ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ଗୁପ୍ତ ନୀତି ପାଇଁ ସଂନ୍ଧ୍
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥକୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ


ଶ୍ରଦ୍ଧାଳୁ ମାନେ ବ୍ୟାରିକେଡ୍ ଦେଇ ଯାଇ ଶ୍ରୀବିଗ୍ରହ ମାନଙ୍କ ଦର୍ଶନ କରୁଛନ୍ତି


ପୁରୀ, ୪ ଜୁଲାଇ (ହି.ସ.)- ରଥଯାତ୍ରାର ଆଜି ନବମୀ ତିଥିରେ ଶ୍ରୀଜୀଉଙ୍କ ସଂନ୍ଧ୍ୟା ଦର୍ଶନ ଭୋର୍ ୫ଟା ୨୦ରୁ ଆରମ୍ଭ ହୋଇଛି । ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ସଂନ୍ଧ୍ୟା ଦର୍ଶନ କରିପାରିବେ । ବାହୁଡ଼ା ଯାତ୍ରା ପ୍ରସ୍ତୁତି, ଚାରମାଳ ବନ୍ଧା ଓ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ଗୁପ୍ତ ନୀତି ପାଇଁ ସଂନ୍ଧ୍ୟା ୬ଟା ଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ, ଭୋର୍ ୪ଟା ୩୦ରେ ଦ୍ୱାରଫିଟା, ୫ଟାରେ ଭିତରଶୋଧ, ୫ଟା ୧୫ ରେ ମଙ୍ଗଳଆଳତୀ, ୫ଟା ୨୦ ରେ ମଇଲମ, ୫ଟା ୫୦ ରେ ତଡ଼ପ ଲାଗି, ସକାଳ ୬ଟାରେ ଅବକାଶ ପୂଜା ଠା, ୬ଟା ୫ ରେ ଅବକାଶ ପୂଜା ଅନୁଷ୍ଠିତ ହୋଇଛି । ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ଚାଲୁରହିଛି । ଆଜି ଭୋର୍ ରୁ ଶ୍ରଦ୍ଧାଳୁ ମାନେ ବ୍ୟାରିକେଡ୍ ଦେଇ ଯାଇ ଶ୍ରୀବିଗ୍ରହ ମାନଙ୍କ ଦର୍ଶନ କରୁଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତିଙ୍କୁ ସଂନ୍ଧ୍ୟାଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande