କେନ୍ଦୁଝର, 5 ଜୁଲାଇ (ହି.ସ.)
କେନ୍ଦୁଝର ଜିଲ୍ଲାର ଢେଂକିକୋଟ ରଥ ଯାତ୍ରା ଓ ପଇଦାପାଟଣା ପଂଚାୟତ ର ଖୁଣ୍ଟା ପଡା ଗ୍ରାମ ଠାରେ ରଥରେ ନବଦି ନାତ୍ମକ ଯାତ୍ରାରେ ବାହୁଡ଼ିଛନ୍ତିଚତୁର୍ଥା ମୂର୍ତ୍ତି । ଦିନତମାମ ବର୍ଷା ପାଗ ରହି ଥିବାବେଳେ, ଅପରାହ୍ନ ରେ ଏହି ଯାତ୍ରା ରେ ଢେଂକିକୋଟ ରେ ଜନ ଗହଳି ରହି ଥିଲା, ରଥ ଅଟକି ଥିବା ସମୟରେ, ଭକ୍ତ ମାନେ ତିନି ଦିଅଁ କୁ ପୂଜା କରିବା ଦେଖି ବାକୁ ମିଳିଥିଲା, ଭକ୍ତମାନେ ରଥ ଟାଣି ଥିଲେ, ଏଥିରେ ଉତ୍ସାହ ଦେଖିବାକୁ ମିଳିଥିଲା, ସନ୍ଧ୍ୟା ରେ ରଥ କୁ ଜଗନ୍ନାଥ ମନ୍ଦିର ଯାଏ ନିଆ ଯାଇଛି, ପୂଜା ନୀତି ପୂଜକ ଓ ସେବକ ଭକ୍ତ ନୀଳମଣି ମଣ୍ଡଳ, ରାମଚନ୍ଦ୍ର ସାହୁ, ପ୍ରଫୁଲ୍ଲ ସିଂହ, ବିଜୟ ମଣ୍ଡଳ, ପଂଚାନନ ମଣ୍ଡଳ, ଦେବାନନ୍ଦ ମଣ୍ଡଳ, ଅଭିମନ୍ୟୁ ପଲେଇ ପ୍ରମୁଖ ଓ କମିଟି ସଭ୍ୟ ରଥ କୁ ପରି ଚାଳନା କରି ଥିଲେ, ସେହିପରି ଖୁଣ୍ଟା ପଡା ଠାରେ ନୀତି ଅନୁସାରେ ଏହି ବାହୁଡା ଯାତ୍ରା ରେ, ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ରେ ଜୟଦେବ ପଣ୍ଡା ଓ ଭୀଷ୍ମସେନ ନାୟକ, ଙ୍କ ତତ୍ୱା ବଧାନ ରେ ମହିଳା ଓ ପୁରୁଷ ଭକ୍ତଙ୍କ ଭିଡ ରେ ଚତୁର୍ଥା ମୂର୍ତ୍ତୀ ଖୁଣ୍ଟାପଡା ଜଗନ୍ନାଥ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଘଟଗାଁ ଥାନା ଓ ଢେଂକିକୋଟ ଫାଣ୍ଡି ପୋଲିସ ପକ୍ଷରୁ ଭିଡ ଦୃଷ୍ଟି ରଖି ସୁରକ୍ଷା ଦିଆ ଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA