ଭୁବନରେ ବାହୁଡା଼ ଯାତ୍ରା, ରଥଖଳାରେ ପହଞ୍ଚିଲା ତିନି ରଥ
ଭୁବନ, ୫ ଜୁଲାଇ (ହି.ସ.)- ଢେଙ୍କାନାଳ ଜିଲ୍ଲା ଭୁବନର ତୃତୀୟା ଜୀଉଙ୍କ ବାହୁଡା଼ ଯାତ୍ରା ଆଜି ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟୁଆ ଓ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ରଥ ଟାଣିଥିଲେ । ସକାଳ ୬ଟା ସମୟରେ ବଡ଼ହାଟ ସ୍ଥିତ ଗୁଣ୍ଡିଚା
ଭୁବନରେ ବାହୁଡା଼ ଯାତ୍ରା, ରଥଖଳାରେ ପହଞ୍ଚିଲା ତିନି ରଥ-୨


ଭୁବନରେ ବାହୁଡା଼ ଯାତ୍ରା, ରଥଖଳାରେ ପହଞ୍ଚିଲା ତିନି ରଥ


ଭୁବନ, ୫ ଜୁଲାଇ (ହି.ସ.)- ଢେଙ୍କାନାଳ ଜିଲ୍ଲା ଭୁବନର ତୃତୀୟା ଜୀଉଙ୍କ ବାହୁଡା଼ ଯାତ୍ରା ଆଜି ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟୁଆ ଓ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ରଥ ଟାଣିଥିଲେ । ସକାଳ ୬ଟା ସମୟରେ ବଡ଼ହାଟ ସ୍ଥିତ ଗୁଣ୍ଡିଚା ମନ୍ଦିରରେ ଦେଉଳ ଫିଟା, ମଙ୍ଗଳ ଆଳତି, ୮ଟାରେ ପାଟବସ୍ତ୍ର ଆନୟନ, ୧୦ଟା ରେ ଆଜ୍ଞାମାଳ ବିଜେ, ୧୧ଟା ରେ ମହାପ୍ରସାଦ ନୀତି, ୧୨ଟାରେ ରଥ ପ୍ରତିଷ୍ଠା ପରେ ୧ଟାରେ ସେବାୟତ ମନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି କରି ରଥାରୂଢ଼ କରିଥିଲେ । ଅପରାହ୍ନ ୨ଟା ରେ ମହାପ୍ରଭୁଙ୍କ ଆଦ୍ୟ ସେବକ ରାମଚନ୍ଦ୍ର ରାଉତ ଛେରା ପହଁରା କରିଥିଲେ ଓ ଅପରାହ୍ନ ୩ଟା ସମୟରେ ରଥଟଣl ଆରମ୍ଭ ହୋଇଥିଲା । ତିନି ରଥ ବଡହାଟରୁ ବାହାରି ଗୋଡ଼ି ପୋଖରୀ ଛକ, ନୂଆ ବଜାର, ଗଣେଶ ବଜାର, ଗୁଜୁରୀ ହାଟ, ବଡ଼ଦାଣ୍ଡ ଦେଇ ସନ୍ଧ୍ୟା ସୁଦ୍ଧା ଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ପହଞ୍ଚିଥିଲା। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣିଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା, ସେବାୟତ, ମାତୃ ମଣ୍ଡଳୀ, ସଙ୍କୀର୍ତ୍ତନ ମଣ୍ଡଳୀ, ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ଧୀରେନ ସ୍ଵାଇଁଙ୍କ ତତ୍ତ୍ଵାବଧାନରେ ପୋଲିସ କର୍ମଚାରୀ ଏହି ପବିତ୍ର ରଥଯାତ୍ରାରେ ସାମିଲ ହୋଇ କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ଅନୁରୂପ ଭାବେ ଭୁବନ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆନନ୍ଦ ଉଲ୍ଲାସ ମଧ୍ୟରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande