ଗଞ୍ଜାମ ଜିଲ୍ଲାରେ ବାହୁଡ଼ା ଯାତ୍ରା
ଗଞ୍ଜାମ, ୫ ଜୁଲାଇ (ହି.ସ.)- ଗଞ୍ଜାମ ଜିଲ୍ଲାରେ ଵାହୁଡାଯାତ୍ରା ଵିଭିନ୍ନ ଜଗନ୍ନାଥ ମନ୍ଦିର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଲଗାଣ ଵର୍ଷାରେ ତିନି ଠାକୁର ଠାକୂରାଣୀଙ୍କୁ ସକାଳୁ ପୂଜାର୍ଚ୍ଚନା କରି ରଥାରୂଢ଼ କରାଯିଵା‌ ପରେ ଅପରାହ୍ନରେ ରଥଟଣା ହୋଇ ରଥ‌ଅଧା ଵାଟ‌ ତଥା‌ ମନ୍ଦିର ନିକଟରେ ଅଟକି ଥିବା ‌ଜଣାପ
Ganjam jila re rafta jatra


ଗଞ୍ଜାମ, ୫ ଜୁଲାଇ (ହି.ସ.)-

ଗଞ୍ଜାମ ଜିଲ୍ଲାରେ ଵାହୁଡାଯାତ୍ରା ଵିଭିନ୍ନ ଜଗନ୍ନାଥ ମନ୍ଦିର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଲଗାଣ ଵର୍ଷାରେ ତିନି ଠାକୁର ଠାକୂରାଣୀଙ୍କୁ ସକାଳୁ ପୂଜାର୍ଚ୍ଚନା କରି ରଥାରୂଢ଼ କରାଯିଵା‌ ପରେ ଅପରାହ୍ନରେ ରଥଟଣା ହୋଇ ରଥ‌ଅଧା ଵାଟ‌ ତଥା‌ ମନ୍ଦିର ନିକଟରେ ଅଟକି ଥିବା ‌ଜଣାପଡିଛି। ଆସନ୍ତା କାଲି ରଥରେ ଠାକୁରଙ୍କର ସୁନାବେଶ ଅନୁଷ୍ଠିତ ହେବ। ଶହ ଶହ ଶ୍ରଦ୍ଧାଳୁଙ୍କ ଗହଣରେ ଗୋସାଇଁ ନୂଆଗାଁ, ବ୍ରହ୍ମପୁର କୋର୍ଟ ପେଟା ଉତ୍କଳ ଆଶ୍ରମ ରୋଡ, ଶେରଗଡ଼, ଧରାକୋଟ, ପିତଳ, ଆସିକା, ସନ୍ତୋଷପୁର, ତହର, ଜରଡା, ଟୁରିଙ୍ଗି, ଅଲାରିଗଡ, ଛତ୍ରପୁର ବିଭିନ୍ନ ଅଞ୍ଚଳରେ ବାହୁଡ଼ା ରଥ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ‌‌‌ ଅନୁଷ୍ଠିତ ହୋଇଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande