ଜୟପୁର, ୫ ଜୁଲାଇ (ହି.ସ.)- କୋରାପୁଟ ସ୍ଥିତ ଡିଏଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ତିରିଶ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l କୋରାପୁଟର ସଂସ୍କୃତି ଓ ପରମ୍ପରାକୁ ଆଖି ଆଗରେ ଏହି ବାର୍ଷିକ ଉତ୍ସବର ନାମକରଣ *ଉଦିଆତାରା* ରଖାଯାଇଛି l ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟର କୁଳସଚିବ ମହେଶ୍ଵର ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ପ୍ରଫେସର ଡକ୍ଟର ରାଜେନ୍ଦ୍ର ପାଢୀ, ଅତିଥି ପ୍ରଫେସର, କୋଟସ କୋରାପୁଟ ଯୋଗ ଦେଇଥିଲେ l ମହାବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଫେସର ଡକ୍ଟର ଦେବେନ୍ଦ୍ର କୁମାର ସେଠୀ ସଭାପତିତ୍ବ କରିଥିଲେ l ଛାତ୍ର ସଂସଦର ଉପଦେଷ୍ଟା ଶ୍ରୀମତୀ ଝରଣା ସାହୁ ଓ ଡକ୍ଟର ପୂର୍ଣ୍ଣଚନ୍ଦ୍ର ତନ୍ତୀ, ସହକାରୀ ପ୍ରୋଫେସର, ଛାତ୍ର ସଂସଦ ସଭାପତି ଚନ୍ଦନ କୁମାର ଗମାଙ୍ଗୋ, ସମ୍ପାଦକ ପ୍ରଭଞ୍ଜନ ନାୟକ ମଞ୍ଚାସୀନ ଥିଲେ l ଡକ୍ଟର ପୂର୍ଣ୍ଣଚନ୍ଦ୍ର ତନ୍ତୀ ଅତିଥି ପରିଚୟ ପ୍ରଦାନ କରିଥିଲେ l ପ୍ରଭଞ୍ଜନ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ l ସଭାପତି ଚନ୍ଦନ କୁମାର ଗମାଙ୍ଗୋ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ l ପ୍ରଫେସର ଦେବେନ୍ଦ୍ର କୁମାର ସେଠୀ ବାର୍ଷିକ ଉତ୍ସବର ଆଭିମୁଖ୍ୟ ଏବଂ ଅନୁଷ୍ଠାନର ଉପଲବ୍ଧି ବିଷୟରେ ଆଭିମୁଖ୍ୟ ରଖିଥିଲେ l ମୁଖ୍ୟ ଅତିଥି ମହେଶ ଚନ୍ଦ୍ର ନାୟକ ଗୁରୁ ଛାତ୍ରଛାତ୍ରୀ ମାନଙ୍କୁ ଏକ ଭଲ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ ତତ୍ ସହିତ ଭଲ ଶିକ୍ଷକ ହୋଇ ସମାଜରେ ଆଲୋକ ଦେଖେଇବା ପାଇଁ ଉଦବୋଧନ ଦେଇଥିଲେ l ମୁଖ୍ୟବକ୍ତା ଡଃ. ରାଜେନ୍ଦ୍ର ପାଢୀ କୋରାପୁଟର ସଂସ୍କୃତି ପରମ୍ପରା ଏବଂ କିପରି ଭାବେ ଏହକୁ ଶିକ୍ଷା ସହିତ ଯୋଡି ହେବ ସେ ଉପରେ ଆଲୋକପାତ କରିଥିଲେ l ନିଜ ସଂସ୍କୃତି ପରମ୍ପରା ସହିତ ବହୁଭାଷୀ ଶିକ୍ଷାଦାନ କରି ସମାଜର ସମସ୍ତ ବର୍ଗଙ୍କୁ ଆଗକୁ ନେଇ ହେବ ବୋଲି ମତବ୍ୟକ୍ତ କରିଥିଲେ l ମହାବିଦ୍ୟଳୟର ପୂର୍ବତନ ଅଧକ୍ଷଙ୍କୁ ସମ୍ମାନୀତ କରାଯାଇଥିଲା l ବିଭିନ୍ନ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୁତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଶେଷରେ ଶ୍ରୀମତୀ ଝରଣା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଅଧକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠାନର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଏବଂ ଛାତ୍ର ଛାତ୍ରୀଙ୍କ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା l
ହିନ୍ଦୁସ୍ଥାନ ସମାଚାର / ପିକେପି