ତୁଷୁରା ଗାୟତ୍ରୀ ପରିବାର ଓ ମାରୱାଡ଼ି ମହିଳା ସମିତି ତରଫରୁ ନିଟ୍ ଓଡ଼ିଶା ଟପ୍ପର ରିଜୁଲ ଜୈନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ
ବଲାଙ୍ଗିର, 5 ଜୁଲାଇ (ହି.ସ)ତୁଷୁରା ଗାୟତ୍ରୀ ପରିବାର ଓ ମାରୱାଡ଼ି ମହିଳା ସମିତି ତରଫରୁ ଚଳିତ ବର୍ଷ ସର୍ବ ଭାରତୀୟ ନିଟ୍ ୟୁଜି ପରୀକ୍ଷାରେ ୪୭ ନମ୍ବର ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶାରେ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଥିବା ତୁଷୁରା ର ରିଜୁଲ୍ ଜୈନ ଓ ତାଙ୍କ ଜାଆଁଳା ଭାଇ ସର୍ବ ଭାରତୀୟ ସ୍ତରରେ୧
*ତୁଷୁରା ଗାୟତ୍ରୀ ପରିବାର ଓ ମାରୱାଡ଼ି ମହିଳା ସମିତି ତରଫରୁ ନିଟ୍ ଓଡ଼ିଶା ଟପ୍ପର ରିଜୁଲ ଜୈନଙ୍କୁ  ସମ୍ବର୍ଦ୍ଧନା ଜ୍ଞାପନ*


*ତୁଷୁରା ଗାୟତ୍ରୀ ପରିବାର ଓ ମାରୱାଡ଼ି ମହିଳା ସମିତି ତରଫରୁ ନିଟ୍ ଓଡ଼ିଶା ଟପ୍ପର ରିଜୁଲ ଜୈନଙ୍କୁ  ସମ୍ବର୍ଦ୍ଧନା ଜ୍ଞାପନ*


*ତୁଷୁରା ଗାୟତ୍ରୀ ପରିବାର ଓ ମାରୱାଡ଼ି ମହିଳା ସମିତି ତରଫରୁ ନିଟ୍ ଓଡ଼ିଶା ଟପ୍ପର ରିଜୁଲ ଜୈନଙ୍କୁ  ସମ୍ବର୍ଦ୍ଧନା ଜ୍ଞାପନ*


ବଲାଙ୍ଗିର, 5 ଜୁଲାଇ (ହି.ସ)ତୁଷୁରା ଗାୟତ୍ରୀ ପରିବାର ଓ ମାରୱାଡ଼ି ମହିଳା ସମିତି ତରଫରୁ ଚଳିତ ବର୍ଷ ସର୍ବ ଭାରତୀୟ ନିଟ୍ ୟୁଜି ପରୀକ୍ଷାରେ ୪୭ ନମ୍ବର ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶାରେ ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଥିବା ତୁଷୁରା ର ରିଜୁଲ୍ ଜୈନ ଓ ତାଙ୍କ ଜାଆଁଳା ଭାଇ ସର୍ବ ଭାରତୀୟ ସ୍ତରରେ୧୬୭୫ ରେଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ସୁବ୍ରତ ଜୈନଙ୍କୁ ଗାୟତ୍ରୀ ମନ୍ଦିର ପରିସରେ ପବିତ୍ର ବାହୁଡା ଦଶମୀ ଅବସରରେ ଆୟୋଜିତ ସଭାରେ ମେମେଣ୍ଟୋ ଓ ପଣ୍ତିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ସତ୍ ସାହିତ୍ୟ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଜଗଦୀଶ ପ୍ରସାଦ କେଡିଆଙ୍କ ସଭାପତିତ୍ବରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସଭା ପ୍ରାରମ୍ଭରେ ମହିଳା ସମିତିର ବାଳ ବିକାଶ ପ୍ରମୁଖ ଊଷା କେଡିଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭା ଶେଷରେ ଗାୟତ୍ରୀ ପରିବାରର ପୁରୋଧା ରାଧା ରମଣ କେଡିଆ ଧନ୍ୟବାଦ ଅର୍ପଣ କରିଥିଲେ। ମହିଳା ସମିତିର ସଂପାଦିକା ସୁଶିଳା ଅଗ୍ରୱାଲ ମଞ୍ଚ ସଞ୍ଚାଳନ କରିଥିଲେ। ଏଥିରେ ସାଉଁରିଆ ଜୈନ, ସନ୍ତୋଷ କୁମାର ସାହୁ, ଆଶୁତୋଷ କେଡିଆ ତଥା ମହିଳା ସମିତିର ସଭାନେତ୍ରୀ ଶାରଦା ଦେବୀ କେଡିଆ, ନିର୍ମଳା ଅଗ୍ରୱାଲ, ମଞ୍ଜୁ କେଡିଆ, ପ୍ରଭା କେଡିଆ, ମଞ୍ଜୁ ଜୈନ, ସଞ୍ଜୁ ଜୈନ, ସ୍ବିଟି ଅଗ୍ରୱାଲ ଓ ସଞ୍ଜୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ପୁନଶ୍ଚ ରିଜୁଲ ଜୈନଙ୍କ ଜେଜେବାପା ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ, ଜେଜେ ମାଆ ଅଙ୍ଗୁରୀ ଦେବୀ ଜୈନ, ବାପା ରାକେଶ ଜୈନ ଓ ମାଆ ସୀମା ଜୈନ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande