ଭୁବନେଶ୍ୱର, ୦୫ ଜୁଲାଇ (ହି.ସ.)-ଆଗାମୀ ପିଢ଼ି ପାଇଁ ଏକ ସ୍ୱଚ୍ଛ ଏବଂ ସବୁଜ ଭବିଷ୍ୟତ ଗଠନ ପାଇଁ ପ୍ରତ୍ୟେକ ବ୍ୟକ୍ତି ଓ ଅନୁଷ୍ଠାନ ଦାୟିତ୍ୱ ନେବାକୁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ବନ ମହୋତ୍ସବ ପାଳନ ଅବସରରେ ଶନିବାର ରାଜ୍ୟପାଳ ରାଜଭବନ ପରିସରରେ ବୃକ୍ଷରୋପଣ କରି ଏହି ଆହ୍ୱାନ ଜଣାଇଛନ୍ତି କ୍ଷ ଏକ୍ ପେଡ଼୍ ମା କେ ନାମ ପଦକ୍ଷେପର ଅଂଶ ସ୍ୱରୂପ ରାଜଭବନର “ଶ୍ୟାମାନନ୍ଦ ପାର୍କ” ଠାରେ ରାଜ୍ୟପାଳ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିଥିଲେ । ରାଜ୍ୟର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବୃକ୍ଷରୋପଣ କରିଥିଲେ । ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କରିବା ଏବଂ ଜୈବ ବିବିଧତାକୁ ସୁରକ୍ଷା ଦେବା ପାଇଁ ବୃକ୍ଷରୋପଣ କରିବାର ଆବଶ୍ୟକତା ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା । ଏହା ପରିବେଶ ସୁରକ୍ଷା ସହିତ ସ୍ଥାୟୀ ଜୀବନଯାପନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧତାର ନିଦର୍ଶନ । ଉଲ୍ଲେଖଯୋଗ୍ୟ ଯେ, ଏହି ଦୃଷ୍ଟିକୋଣ ସହିତ ରାଜଭବନ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ପୂର୍ବରୁ ଅନେକ ପଦକ୍ଷେପ ନିଆଯାଇଛି । ପାରମ୍ପରିକ ଶକ୍ତିର ବ୍ୟବହାର ହ୍ରାସ କରିବା ପାଇଁ ରାଜଭବନରେ ସୌରଶକ୍ତି ବ୍ୟବସ୍ଥା କରାଯାଇଛି ଏବଂ ବୈଦୁତିକ ଯାନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏ ପରି ପ୍ରୟାସ ଦ୍ୱାରା ରାଜଭବନକୁ ରାଜ୍ୟରେ ସବୁଜ ଶାସନର ଏକ ମଡେଲ ଭାବେ ଉପସ୍ଥାପିତ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା