ସମ୍ବଲପୁର, ୦୫ ଜୁଲାଇ (ହି.ସ.) ଚଳିତ ବର୍ଷ ହୀରାକୁଦ ହିଣ୍ଡାଲକୋ ପାୱାରରେ ହୋଇଥିବା ଶ୍ରମିକ ସଂଗଠନର ନିର୍ବାଚନରେ ହିନ୍ଦ୍ ମଜଦୂର ସଭା-ଏଚ୍ଏମ୍ଏସ୍ ସହିତ ସହ ବନ୍ଧିତ ଇଣ୍ଡଲ ହୀରାକୁଦ ପାୱାର ୱାର୍କର୍ସ ୟୁନିଅନ୍ ବିଜୟୀ ହୋଇଛି।
ହୀରାକୁଦ ଠାରେ ଥିବା ଶିଳ୍ପ ସଂସ୍ଥା ହିଣ୍ଡାଲକୋର ପାୱାର ୟୁନିଟ୍ ରେ ଶ୍ରମିକ ସଂଗଠନର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ୟୁନିଟ୍ ରେ ତିନୋଟି ଶ୍ରମିକ ସଂଗଠନ ଥିବା ବେଳେ ଇଣ୍ଡଲ୍ ପାୱାର ୱାର୍କର୍ସ ୟୁନିଅନ୍ (ଏଚଏମଏସ) ୫୫.୪୨ ପ୍ରତିଶତ ଭୋଟ ପାଇଥିବା ବେଳେ, ଏ ଆଇଟିୟୁସି ୪୧ ପ୍ରତିଶତ ଭୋଟ ପାଇଥିଲା। ବିଜୟୀ ଶ୍ରମିକ ସଂଗଠନ ରେ ସଂଜିତ୍ ମହାନ୍ତି ଉପଦେଷ୍ଟା ଥିବା ବେଳେ, ମହମ୍ମଦ ମୁର୍ତୁଜା ସଭାପତି, ରୋଷନ୍ ସିଂହ କାର୍ଯ୍ୟକାରୀ ସଭାପତି, ଯୋଗେନ୍ଦ୍ର ବେହେରା ସାଧରଣ ସଂପାଦକ ଦାୟିତ୍ୱ ରେ ଅଛନ୍ତି । ଆଜିର ଏହି ବିଜୟ ପରେ ହିଣ୍ଡାଲକୋ ମୁଖ୍ୟ ଗେଟ୍ ରୁ ଏକ ଶୋଭାଯାତ୍ରା ରେ ୟୁନିଅନ କାର୍ଯ୍ୟାଳୟ କୁ ଯାଇ ଏକ ସଭା ଅନୁଷ୍ଠିତ ହେଇଥିଲା। ଏହି ଶ୍ରମିକ ସଂଗଠନ ଆଗାମୀ ଦିନରେ ଶ୍ରମିକ ମାନଙ୍କ ଅଧିକାର ଓ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ସହିତ ଏହି ଶିଳ୍ପ ସଂସ୍ଥା ରେ ଅବସର ନେବା ବୟସ କୁ ୫୮ ରୁ ୬୦ କରିବା ପାଇଁ ଓ ହୀରାକୁଦ ରେ ସିବିଏସଇ ବିଦ୍ୟାଳୟ ସ୍ଥାପନ ପାଇଁ ଚେଷ୍ଠା କରାଯିବ ବୋଲି ଉପଦେଷ୍ଟା ସଂଜିତ ମହାନ୍ତି ପ୍ରକାଶ କରିଥିଲେ। ଶ୍ରମିକ ମାନଙ୍କର ବିମା ରାଶି ବଢେଇବା, ନୂତନ ବାସ ଗୃହ ନିର୍ମାଣ ଓ ଅନ୍ୟାନ୍ୟ ଦାବି ଉପରେ ସଂଘ କାର୍ଯ୍ୟ କରିବ ବୋଲି ସଂଘ ର ସଭାପତି ମହମ୍ମଦ ମୂର୍ତୁଜା ପ୍ରକାଶ କରିଥିଲେ। ଏହି ସଭାରେ ଦୂର୍ଯ୍ୟୋଧନ ମହାନ୍ତି, ମିଲନ ହୋତା, ତୁଷାର ନାଥ, ଜିତୁ ମିଶ୍ର, ବିଭୂତି ଦାସ, ଜିକୁନ ପାତ୍ର, ବିଷ୍ଣୁ ମହାନ୍ତି, ପୂର୍ଣ୍ଣ ବିଶୋଇ, ହୃଦାନନ୍ଦ ପରିଜା, ବିଭୂତି ପାଣିଗ୍ରାହୀ, ଜଗନ୍ନାଥ ଦାସ, ରଂଜନ ଡାକୁଆ, ବଳରାମ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ