ବାହୁଡ଼ା ଯାତ୍ରା ଅବସରରେ ପୁରୀ ଠାରେ କଲ୍ୟାଣୀ ମାନବ ସେବା ସଂଗଠନ ପକ୍ଷରୁ ୫୦୦ ପ୍ୟାକେଟ ପ୍ରସାଦ ଶ୍ରଦ୍ଧାଳୁ ମଧ୍ୟରେ ବଂଟନ
ଭଦ୍ରକ, ୫ ଜୁଲାଇ (ହି.ସ.) - ରଥ ଯାତ୍ରା ର ୯ ଦିନ ପରେ ଚତୁର୍ଦ୍ଧାମୂର୍ତି ଶ୍ରୀ ଗୁଣ୍ଡିଚା ମନ୍ଦିର ରୁ ନିଜ ବଡ଼ ଦେଉଳ କୁ ଫେରିଥାନ୍ତି ଏହି ଯାତ୍ରା କୁ ବାହୁଡା଼ ଯାତ୍ରା ଭାବେ ଅଭିହିତ କରାଯାଏ। ଏହି ବାହୁଡା଼ ଯାତ୍ରା ପରିପ୍ରେକ୍ଷୀରେ ମାନବ କଲ୍ୟାଣ ସେବା ସଂଗଠନ (କଲ୍ୟାଣୀ) ପକ୍ଷରୁ ପୁରୀ ରେ ଆଗମନ ଶ୍
ବାହୁଡ଼ା ଯାତ୍ରା ଅବସରରେ ପୁରୀ ଠାରେ କଲ୍ୟାଣୀ ମାନବ ସେବା ସଂଗଠନ ପକ୍ଷରୁ ୫୦୦ ପ୍ୟାକେଟ ପ୍ରସାଦ ଶ୍ରଦ୍ଧାଳୁ ମଧ୍ୟରେ ବଂଟନ


ଭଦ୍ରକ, ୫ ଜୁଲାଇ (ହି.ସ.) - ରଥ ଯାତ୍ରା ର ୯ ଦିନ ପରେ ଚତୁର୍ଦ୍ଧାମୂର୍ତି ଶ୍ରୀ ଗୁଣ୍ଡିଚା ମନ୍ଦିର ରୁ ନିଜ ବଡ଼ ଦେଉଳ କୁ ଫେରିଥାନ୍ତି ଏହି ଯାତ୍ରା କୁ ବାହୁଡା଼ ଯାତ୍ରା ଭାବେ ଅଭିହିତ କରାଯାଏ। ଏହି ବାହୁଡା଼ ଯାତ୍ରା ପରିପ୍ରେକ୍ଷୀରେ ମାନବ କଲ୍ୟାଣ ସେବା ସଂଗଠନ (କଲ୍ୟାଣୀ) ପକ୍ଷରୁ ପୁରୀ ରେ ଆଗମନ ଶ୍ରଦ୍ଧାଳୁ ଙ୍କୁ ୫୦୦ ପ୍ୟାକେଟ ପ୍ରସାଦ ବଂଟନ କରାଯାଇ ଥିଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାହୁଡା଼ ଯାତ୍ରା ରେ ଏକତ୍ରିତ ହୋଇ ଥିଲେ।ତାଙ୍କର ଖାଦ୍ୟ ପାନୀୟ ଜଳ ର ବ୍ୟବସ୍ଥା ନିମନ୍ତେ ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକ କାର୍ଯ୍ୟ ରତ ଥିଲେ। ମାନବ କଲ୍ୟାଣ ସେବା ସଂଗଠନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରା ଯାଇଥିଲା। ଶ୍ରୀ ଜଗନ୍ନାଥ ଙ୍କ ମହାପ୍ରସାଦ କୁ ପ୍ରତି ପ୍ୟାକେଟ ରେ ରଖି ବଂଟନ କରାଯାଇ ଥିଲା। ଏହି ଅବସରରେ ସଭାପତି ଦାଶରଥି ଦାସ, ସମ୍ପାଦକ ମୃତ୍ୟୁଞ୍ଜୟ ବେହେରା, ଯତୀନ ଦାସ, ସଚିନ ଦାସ, ବୃହସ୍ପତି ନାୟକ, ସୁଧାଂଶୁ ଶେଖର ପତ୍ରୀ, ଅରୁପାନନ୍ଦ ଜେନା, ଦୀପକ କୁମାର ସାହୁ, ବିଶ୍ୱଜିତ୍ ଜେନା, ଶକୁନ୍ତଳା ସାହୁ, ପ୍ରଭାତୀ ଚୌଧୁରୀ, ସିତାରାଣି ଗାହାଣ, ସତରୁପା ଷଡ଼ଙ୍ଗୀ, ବିଜୟ କୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଉକ୍ତ ମହାନ୍ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ଅଂଚଳ ରେ ବୁଦ୍ଧିଜୀବୀ ଗଣ ପ୍ରଶଂସା ର ପାତ୍ର ପାଲଟିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande