ବଲାଙ୍ଗିର, ୫ ଜୁଲାଇ (ହି.ସ.)-
ସ୍ଥାନୀୟ ସନାତନ ମନ୍ଦିର ଠାରେ ଅଙ୍କୁର ସାହିତ୍ୟ ସଂସଦ ତରଫରୁ ଏକ ଶିଶୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କବିତା ପାଠୋତ୍ସବ ଅଙ୍କୁରର ସଭାପତି କସ୍ତରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଡା. ଅଶୋକ ସେଠୀ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଡ. ପ୍ରେମଚାନ୍ଦ ମହାନ୍ତି ଜଗନ୍ନାଥ ଓ ଅଲାରନାଥଙ୍କ ଉପରେ ଏକ ବକ୍ତବ୍ୟ ରଖିଥିଲେ ।
କବିତା ପାଠ କରିଥିଲେ ହୃଷିକେଶ ପୁରୋହିତ, ନଳନୀପ୍ରଭା ଶତପଥି, ସୌରନ୍ଦ୍ରୀ ନାୟକ, କସ୍ତୁରୀ ରଥ, ମଦନ ରଥ, ଉମା ଶଙ୍କର ଶତପଥି, ମାଳତି ଉଦ୍ଗାତା, ନିରୁପମା ମିଶ୍ର, ରଶ୍ମି ପାତ୍ର, ସସ୍ମିତା ସାହୁ, ତପସ୍ୱିନି ପଶାୟତ, ଭବାନୀ ପଟେଲ, ବଳିଷ୍ଠ ପ୍ରଧାନ, ହରିଶଙ୍କର ପୁରୋହିତ ଓ ସହଯୋଗ କରିଥିଲେ ପ୍ରଦୀପ ପଶାୟତ ଓ ଚୁଡେନ୍ଦ୍ର ବେହେରା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମଦନ ମୋହନ ରଥ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ