ହରିଚନ୍ଦନପୁର ନାରାୟଣ ଜୁଏଲର୍ସରୁ ଲୁଟ ଘଟଣା ୬ ଜଣଙ୍କୁ ଗିରଫ କଲା ପୋଲିସ
କେନ୍ଦୁଝର, 5 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ମୁଖ୍ୟ ବଜାର ସ୍ଥିତ ନାରାୟଣ ଜୁଏଲାରୀରୁ ଗତ ୨୫ ତାରିଖ ଦିନ ଘଟିଥିବା ଲୁଟ୍ ଘଟଣାରେ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଭିଯୁକ୍ତଙ୍କ ପାଖରୁ କିଛି ସୁନା ଓ ରୂପା ଅଳଙ୍କାର ସମେତ ୩ ମୋବାଇଲ ଓ ୩ ବାଇକ୍ ଜବତ କରାଯାଇଥିବା ପୋଲ
Police arrest harichandapur loot dakayat


କେନ୍ଦୁଝର, 5 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ମୁଖ୍ୟ ବଜାର ସ୍ଥିତ ନାରାୟଣ ଜୁଏଲାରୀରୁ ଗତ ୨୫ ତାରିଖ ଦିନ ଘଟିଥିବା ଲୁଟ୍ ଘଟଣାରେ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଭିଯୁକ୍ତଙ୍କ ପାଖରୁ କିଛି ସୁନା ଓ ରୂପା ଅଳଙ୍କାର ସମେତ ୩ ମୋବାଇଲ ଓ ୩ ବାଇକ୍ ଜବତ କରାଯାଇଥିବା ପୋଲିସ ପ୍ରେସ ମିଟ ଯୋଗେ ସୂଚନା ଦେଇଛି । ସୂଚନା ଅନୁଯାୟୀ ଗତ ଜୁନ ୨୫ ତାରିଖ ସନ୍ଧ୍ୟା ପାଖାପାଖି ସାଢେ଼ ୬.୪୫ସମୟରେ କିଛି ଦୁର୍ବୃତ୍ତ ବାଇକରେ ଆସି ଦୋକାନରେ ସମସ୍ତଙ୍କ ଉପସ୍ଥିତିରେ ପ୍ରଥମେ ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ଦୋକାନ ମାଲିକ ଓ କର୍ମଚାରୀଙ୍କୁ ଭୟଭୀତ କରାଇ ଦୋକାନରେ ଥିବା ସମସ୍ତ ସୁନାକୁ ଲୁଟ କରିବା ସହ ଫେରାର ହୋଇଯାଇଥିଲେ। ଏନେଇ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ସଂପୃକ୍ତ ୬ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ୩ଜଣକୁ ଗିରଫ କରାଯାଇଥିବା ବେଳ ଆଜି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ତିନିଜଣ ବିକି ପାତ୍ର, ଜଗୁ ପାତ୍ର ଓ ଅଜିତ୍ ପଟ୍ଟନାୟକ । କଟକରୁ ଜିଲ୍ଲାରୁ ଜଗନ୍ନାଥ ଘଡେ଼ଇ, ଯାଜପୁର ଜିଲ୍ଲାରୁ ଇନ୍ଦ୍ରମଣି ମହାନ୍ତ ଓ ହରିଚନ୍ଦନପୁର ଥାନା ବାଇଲବେଡା ଗ୍ରାମର ବୁଦ୍ଧଦେବ ମହାନ୍ତ ବୋଲି ପ୍ରେସ୍ ମିଟ ଯୋଗେ ଘଟଗାଁ ଏସଡିପିଓ ବିଜୟ କୁମାର ମହାପାତ୍ର ଏବଂ ଆଇଆଇସି ଦେବକୀ ନାଏକ ପ୍ରେସମିଟ ଯୋଗେ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande