ଦୋକାନ ଖୋଲିଲା : ଖାଦ୍ୟର ମାନ ଯାଂଚ ହେଉନି
ଧର୍ମଶାଳା,୫ଜୁଲାଇ(ହି.ସ.) - ଯାଜପୁର ଜିଲାରେ ଡାଇରିଆ ଆତଙ୍କ ଘଟଣା ସାରା ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିଲା । ଧର୍ମଶାଳା ବ୍ଲକରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ତାହା ଯାଜପୁର ଜିଲାର ଅନେକ ବ୍ଲକକୁ ବ୍ୟାପୀ ଯାଇଥିଲା । ଏପରିକି ବହୁ ମେଡିକାଲରେ ଆକ୍ରାନ୍ତଙ୍କୁ ଚିକିତ୍ସା କରିବା କଷ୍ଟ କର ହୋଇ ପ
ଦୋକାନ ଖୋଲିଲା : ଖାଦ୍ୟର ମାନ ଯାଂଚ ହେଉନି


ଧର୍ମଶାଳା,୫ଜୁଲାଇ(ହି.ସ.) - ଯାଜପୁର ଜିଲାରେ ଡାଇରିଆ ଆତଙ୍କ ଘଟଣା ସାରା ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିଲା । ଧର୍ମଶାଳା ବ୍ଲକରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ତାହା ଯାଜପୁର ଜିଲାର ଅନେକ ବ୍ଲକକୁ ବ୍ୟାପୀ ଯାଇଥିଲା । ଏପରିକି ବହୁ ମେଡିକାଲରେ ଆକ୍ରାନ୍ତଙ୍କୁ ଚିକିତ୍ସା କରିବା କଷ୍ଟ କର ହୋଇ ପଡିଥିଲା । ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଇବା ସହ ଆମ୍ବ ,ଫାଷ୍ଟଫୁଡ୍ ,ଜଳଖିଆ ଓ ହୋଟେଲ ଗୁଡିକୁ କିଛି ଦିନ ପାଇଁ ବନ୍ଦ କରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ରୋକ ଲାଗିବା ପରେ ସମସ୍ତ ଦୋକାନଗୁଡିକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏବେ ଲଗାଣ ବର୍ଷା ଲାଗି ରହିଛି । ଅନେକ ସ୍ଥାନରେ ପାଣି ଜମି ସଂକ୍ରମଣ ହେବା ସହ ଦୋକାନଗୁଡିକରେ ବାସି ଖାଦ୍ୟ ମହଜୁଦ ରହୁଛି । ଧର୍ମଶାଳା,ବଡଚଣା,ରସୁଲପୁର ଓ ବରୀ ବ୍ଲକ ଅଂଚଳରେ ଶହଶହ ବୋପାରୀମାନେ ବଳକା ଖାଦ୍ୟକୁ ଫ୍ରିଜରରେ ରଖି ଏହାକୁ ପର ଦିନ ଗ୍ରାହକଙ୍କୁ ବିକ୍ରୀ କରିଥାନ୍ତି । ଯାହାକି ପୁଣି ଡାଇରିଆ ହେବାର ଆଶଙ୍କା ରହିଛି । ଜିଲା ଖାଦ୍ୟ ନିରାପତା ଅଧିକାରୀଙ୍କ ଚେତା ପଶୁନି । ଏନେଇ ବାରମ୍ବାର ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଅଂଚଳବାସୀ କହିଛନ୍ତି । ଏଦିଗରେ ଯାଜପୁର ଜିଲାପାଳ ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ନ ହେଲେ ପୁଣି ଡାଇରିଆ ସଂକ୍ରମଣଙ୍କ ସଂଖ୍ୟା ବଢିବା ଆଶଙ୍କା ରହିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande