ଭୁବନେଶ୍ୱର, ୦୮ ଜୁଲାଇ (ହି.ସ.) - ବର୍ଷା ଜନିତ ଜଳବନ୍ଦୀ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଭୁବନେଶ୍ୱର ମହାଗନର ନିଗମ (ବିଏମ୍ ସି) ପକ୍ଷରୁ ରାପିଡ ଆକ୍ସନ ଟିମ୍ ଗଠନ ହୋଇଛି। ମଙ୍ଗଳବାର ଏହି ଟିମର ଶୁଭାରମ୍ଭ କରିଛନ୍ତି ମେୟର ଶ୍ରୀମତୀ ସୁଲୋଚନା ଦାସ । ମେୟରଙ୍କ ସହ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୂପକାର, ସିଟି ଇଂଜିନିୟର, ଡ୍ରେନେଜ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ବିଭାଗର ସମସ୍ତ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରବଳ ବର୍ଷା ହେଲେ ଯଦି କୌଣସି ସ୍ଥାନରେ ଡ୍ରେନ ଜାମ୍ ହେଲା କିମ୍ବା ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଲା, ତେବେ ଏହି ଟିମ୍ ଖବର ପାଇବା ମାତ୍ରେ ଘଟଣା ସ୍ଥଳରେ ପହଂଚି ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ନେବ । ବିଏମ୍ ସିର ତିନୋଟି ଜୋନ୍ ପାଇଁ ୩ ଟି ଟିମ୍ ହୋଇଛି । ପ୍ରତି ଟିମ୍ ରେ ୪ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ବର୍ଷା ଜନିତ ଜଳ ନିଷ୍କାସନ ପାଇଁ ଯାହା ଦରକାର ସେ ସମସ୍ତ ପ୍ରକାର ଜିନିଷ ତଥା ଯନ୍ତ୍ରପାତି ଏବଂ ଗାଡି ମଧ୍ୟ ସେମାନଙ୍କୁ ଯୋଗାଇ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା