ଭଦ୍ରକ, ୮ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଧାମନଗର ସାନ ବଜାର ଠାରେ ରାଜ୍ୟ ସଂଘ ଡାକରା ରେ ଧାମନଗର ଡ୍ରାଇଭର ମହାସଂଘ ଡ୍ରାଇଭର ଙ୍କ ୭ ଦଫା ଦାବିନେଇ ମଙ୍ଗଳବାର ସକାଳ ୬ ଟା ଠାରୁ ଡ୍ରାଇଭର ମାନେ ଆନ୍ଦୋଳନ କୁ ଆସି ପ୍ରତିବାଦ କରିଥିଲେ । ଜେଊ ଗାଡି ରେ ଡ୍ରାଇଭର ମାନେ ଗାଡି ଚଳାଉ ଥିଲେ ତାଙ୍କୁ ତଳକୁ ଡ଼ାକି ଫୁଲହାର ପିନ୍ଧାଇ ଆନ୍ଦୋଳନ କୁ ସହଯୋଗ କରିବାପାଇଁ ଅନୁରୋଧ କରିଥିଲେ ।ଚାରିଚକିଆ। ଯାନ ରେ ଯିଏ ନିଜେ ଡ୍ରାଇଭିଂ କରି ଯାଉଥିଲେ ସେମାନଙ୍କୁ ଛାଡି ଦେଉଥିଲେ।ଧାମନଗର ବ୍ଲକ ର ପାଖା ପାଖି ଶହେ ରୁ ଉର୍ଦ୍ଧ୍ ଡ୍ରାଇଭର ମାନେ ଏହି ଆନ୍ଦୋଳନ ରେ ଉପସ୍ଥିତ ରହି ପ୍ରତିବାଦ କରିଥିଲେ। ସେମାନଙ୍କ ର ଦାବି ପୂରଣ ନ ହେଲେ ଆଗାମୀ ଦିନ ରେ ରାଜ୍ୟ ସଂଘ୍ ନିଷ୍ପତି ଅନୁଯାଇ ପ୍ରତିବାଦ କୁ ଜୋରଦାର କରା ଯିବ ବୋଲି ବ୍ଲକ ସଙ୍ଗ ର ସଭାପତି ମୋହନ ବେହେରା ସୁଚନା ଦେଇଥିଲେ। ତେବେ ଆଇନିଶୃଙ୍ଖଳା ମୁକାବିଲା ପାଇଁ ଧାମନଗର ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ