ବିଦ୍ୟାଳୟ ପରିଚାଳନା କମିଟି ଗଠନ ନୂଆ ନିୟମ, ବିଦ୍ୟାଳୟରେ ଆଉ ରାଜନୀତି ହେବନାହିଁ
ଭଦ୍ରକ, ୮ ଜୁଲାଇ (ହି.ସ.) - ବିଦ୍ୟାଳୟ ଏକ ଶିକ୍ଷା ମନ୍ଦୀର ଏଠାରେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ତିଆରି ହୁଏ । ହେଲେ ଏ ଠାରେ ବିଭିନ୍ନ ସମୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ରାଜନୀତି କରଣ କରା ଯାଇ ସେମାନଙ୍କୁ ଚାପରେ ରଖା ଯାଉଥିଲା।ବିଦ୍ୟାଳୟ ରେ ପରିଚାଳନା କମିଟି କୁ ନେଇ ରାଜନୀତି କରା ଯାଉଥିଲା। ଏପ
ବିଦ୍ୟାଳୟ ପରିଚାଳନା କମିଟି ଗଠନ ନୂଆ ନିୟମ, ବିଦ୍ୟାଳୟରେ ଆଉ ରାଜନୀତି ହେବନାହିଁ


ଭଦ୍ରକ, ୮ ଜୁଲାଇ (ହି.ସ.) - ବିଦ୍ୟାଳୟ ଏକ ଶିକ୍ଷା ମନ୍ଦୀର ଏଠାରେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ତିଆରି ହୁଏ । ହେଲେ ଏ ଠାରେ ବିଭିନ୍ନ ସମୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ରାଜନୀତି କରଣ କରା ଯାଇ ସେମାନଙ୍କୁ ଚାପରେ ରଖା ଯାଉଥିଲା।ବିଦ୍ୟାଳୟ ରେ ପରିଚାଳନା କମିଟି କୁ ନେଇ ରାଜନୀତି କରା ଯାଉଥିଲା। ଏପରି କି କମିଟି ପାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରାଯାଉଥିଲା। ଏପରି କି ରାଜନୀତି ବିବାଦ ରୁ ଅନେକ ବିଦ୍ୟାଳୟ ରେ କମିଟି ବି ହୋଇ ପାରିନାହିଁ।ହେଲେ ଏବେ ରାଜ୍ୟ ସରକାରଙ୍କ ସ୍କୁଲର ପରିଚାଳନା କମିଟି ଓ ସ୍କୁଲ ଉନ୍ନୟନ କମିଟି କୁ ନେଇ ନୂଆ ନିୟମଌାରିହୋଇଛି। ଏହି ନୂତନ ନିୟମ କୁ ନେଇ ବିଭିନ୍ନ ମହଲ ରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ସରକାର ଙ୍କ ନୂଆନିୟମ ଅନୁଯାଇ ସ୍କୁଲରେ ଯିଏ ପ୍ରଧାନ ଶିକ୍ଷକ ରହିବେ, ସେ ହିଁ ପରିଚାଳନା କମିଟି ଅଧକ୍ଷ ଭାବେ କାର୍ଯ୍ୟ କରିବେ। ପୂର୍ବରୁ ସ୍କୁଲ କମିଟି ଅଧ୍ୟକ୍ଷ ପିଟିଏ ଦ୍ୱାରା ମନୋନୀତ ସଦସ୍ୟଙ୍କ ଦ୍ୱାରା ନିର୍ବାଚନ ହେଲା ଭଳି ବ୍ୟବସ୍ଥା ଥିଲା । ଏବେ ଏଥିରେ ପରିବର୍ତନ ଆସିଛି। ନୂଆ ନିୟମ ଦ୍ୱାରା ପ୍ରଧାନଶିକ୍ଷକ ଅଧ୍ୟକ୍ଷ ରହିଥିବାବେଳେ ଆବାହକ ରହିବେ ସହକାରୀ ଶିକ୍ଷକ। ଏସଏମସି, ଏସଏମଡିସି ପାଇଁ ଭିନ୍ନ ଭିନ୍ନ ଗାଇଡ୍‌ଲାଇନ ଆସିଛି। ଶିଶୁ ବାଟିକା ରୁ ଅଷ୍ଟମ ପର୍ଯ୍ୟନ୍ତ ଏସଏମସି ପାଇଁ ଗଠିତ କିମିଟିରେ ୧୭ ଜଣ ସଦସ୍ୟ ରହିବେ। ସ୍କୁଲ ପ୍ରଧାନ ଶିକ୍ଷକ ଅଧ୍ୟକ୍ଷ ଓ ସହକାରୀ ଶିକ୍ଷକ ସଦସ୍ୟ ରହିବେ। ଇକୋ କ୍ଲବ ବା ଯୁବ କ୍ଲବ ର ସଦସ୍ୟ ଭାବେ ଜଣେ ଛାତ୍ର, ମହିଳା ଗ୍ରୁପର ଜଣେ ସଦସ୍ୟ, ପଛୁଆ ବର୍ଗ ରୁ ଜଣେ ଶିକ୍ଷାବିତ, ଅନୁସୁଚିତ ଜାତି ଓ ଜନଜାତି ରୁ ଜଣେ ଲେଖାଏଁ ମହିଳା ଓ ପୁରୁଷ, ୱାର୍ଡ଼ ମେମ୍ବର ବା କର୍ପୋରେଟର, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଜଣେ ବିଭାଗୀୟ ଶିକ୍ଷା ବିଭାଗରୁ ଜଣେ ପ୍ରତିନିଧି ରହିବେ। ମୋଟ ୧୫ ଜଣ ଏଭଳି କମିଟିରେ ରହିବାର ନିୟମାବଳି ଆସିଛି। ସେହିଭଳି ପ୍ରଥମରୁ ଦଶମ ଶ୍ରେଣୀ ହେବା ଅଷ୍ଟମ ରୁ ଦଶମ ପର୍ଯ୍ୟନ୍ତ ଏସଏମସି ପାଇଁ ୧୭ ଜଣ ସଦସ୍ୟ ରହିବେ। ଉକ୍ତ ୧୫ ଜଣ ସମେତ ହାଇସ୍କୁଲ କଳା ଓ ବିଜ୍ଞାନ ବିଭାଗର ଜଣେ ଲେଖାଏଁ ଶିକ୍ଷକ ସଦସ୍ୟ ରହିବେ। ସେହିଭଳି କ୍ଲାସ ୯ ରୁ ଦ୍ୱାଦଶ ପର୍ଯ୍ୟନ୍ତ କମିଟିରେ ୨୫ ଜଣ ରହିବାକୁ ଥିବାବେଳେ ଏକାଦଶ ଓ ଦ୍ୱାଦଶ ରେ ୨୨ ଜଣ ସଦସ୍ୟ ରହିବାର ନିୟମାବଳି ପ୍ରସ୍ତୁତ ହୋଇଛି। ଏଭଳି ନିୟମାବଳି ଦ୍ୱାରା କମିଟି ଗଠନରେ ଶିକ୍ଷକ ଓ ଶିକ୍ଷା ବିଭାଗ ପ୍ରତି ଯେଉଁ ଚାପ ରହୁଥିଲା ତାହା ରହିବନି ବୋଲି ଅନେକ ମତ ରଖିଛନ୍ତି। ନୂତନ ସରକାରଙ୍କ ଏହି ନିୟମ କେତେ ଦୂର କାର୍ଯ୍ୟକାରି ହେବ ତାହାକୁ ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟିକରିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande