ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ନୀଳାଦ୍ରିବିଜେ
ଓ ରସଗୋଲା ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ନୀଳାଦ୍ରିବିଜେ ଓ ରସଗୋଲା ଦିବସ ଉପଲକ୍ଷେ ସମସ୍ତ
ଶ୍ରଦ୍ଧାଳୁ ଓ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ନୀଳାଦ୍ରିବିଜେ ଓ ରସଗୋଲା ଦିବସ ଓଡ଼ିଆ ସଂସ୍କୃତି, ଭକ୍ତି ଓ ଗୌରବର ଜୀବନ୍ତ ଚିତ୍ର। ଏହି ପବିତ୍ର ପରମ୍ପରା ପାଳନ
ଅବସରରେ ସମସ୍ତେ ପ୍ରଭୁଙ୍କ କୃପା ଲାଭ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା