ଦୂରବସ୍ଥାରେ କାଶିପୁର ସାହୁ କଲୋନୀ ରାସ୍ତା
କେନ୍ଦୁଝର, ୧ ଅଗଷ୍ଟ (ହି.ସ.)- କେନ୍ଦୁଝର ସହରକୁ ସରସ ସୁନ୍ଦର କରିବା ପାଇଁ କେନ୍ଦୁଝରଗଡ ପୌରପାଳିକା ନାରା ଦେଇଥିଲା। ସବୁ ୱାର୍ଡକୁ ପିଚୁ କିମ୍ବା ପକ୍କା ସଡ଼କର ବି ସ୍ବପ୍ନ ଦେଖାଇଥିଲା। କିନ୍ତୁ ଏହି ସ୍ବପ୍ନ କେବଳ ସ୍ବପ୍ନରେ ରହି ବାସ୍ତବତାରେ ପରିଣତ ହୋଇ ପାରିନଥିବା ସହରବାସୀ ଅଭିଯୋଗ କରିଛନ୍ତି। ବି
ଦୂରବସ୍ଥାରେ କାଶିପୁର ସାହୁ କଲୋନୀ ରାସ୍ତା


କେନ୍ଦୁଝର, ୧ ଅଗଷ୍ଟ (ହି.ସ.)- କେନ୍ଦୁଝର ସହରକୁ ସରସ ସୁନ୍ଦର କରିବା ପାଇଁ କେନ୍ଦୁଝରଗଡ ପୌରପାଳିକା ନାରା ଦେଇଥିଲା। ସବୁ ୱାର୍ଡକୁ ପିଚୁ କିମ୍ବା ପକ୍କା ସଡ଼କର ବି ସ୍ବପ୍ନ ଦେଖାଇଥିଲା। କିନ୍ତୁ ଏହି ସ୍ବପ୍ନ କେବଳ ସ୍ବପ୍ନରେ ରହି ବାସ୍ତବତାରେ ପରିଣତ ହୋଇ ପାରିନଥିବା ସହରବାସୀ ଅଭିଯୋଗ କରିଛନ୍ତି। ବିଶେଷ କରି କେନ୍ଦୁଝରଗଡ ପୌରପାଳିକା ଅଧିନସ୍ଥ ସାହୁ କଲୋନୀ ରାସ୍ତା ବର୍ଷାରେ ଅବସ୍ଥା ନଷ୍ଟ ହୋଇଯାଇଥିବା ଦେଖାଦେଇଛି। ବିଶେଷ କରି ସାହୁ କଲୋନୀର ବିଭିନ୍ନ ଗଳିରେ ଆଣ୍ଠୁଏ କାଦୁଅରେ ଲୋକେ ଯିବା ଆସିବା କରୁଥିବା ପ୍ରକାଶ କରିଛନ୍ତି । ଏନେଇ ପୌରପାଳିକାକୁ ବାରମ୍ବାର ଅଭିଯୋଗ କରିଥଲେ ମଧ୍ୟ କିଛି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande