ବଲାଙ୍ଗିର, 10 ଅଗଷ୍ଟ (ହି.ସ.)
ସହରର ବରିଷ୍ଠ ଡାକ୍ତର ହାଡିବନ୍ଧୁ ଶତପଥୀଙ୍କ ପତ୍ନୀ ତଥା ପୂର୍ବତନ ଶିକ୍ଷୟତ୍ରୀ ତୃପ୍ତିମୟୀ ମିଶ୍ରଙ୍କ ପରଲୋକ ଘଟିଛି। ବିଗତ କିଛି ସମୟ ହେବ ସେ ଅସୁସ୍ଥ ଥିବା ବେଳେ ଭୁବନେଶ୍ୱର ଏମ୍ସ ରେ ତାଙ୍କର ଚିକିତ୍ସା ହେଉଥିଲା। ରବିବାର ସକାଳ ୭ଟା ୧୫ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ସମୟରେ ତାଙ୍କୁ ୭୪ ବର୍ଷ ହେଉଥିଲା। ଶେଷ ସମୟରେ ସ୍ୱାମୀ ଡ଼ା ଶତପଥୀ, ଦୁଇ ପୁଅ ଦେବାଶିଷ, ସୁଭାଶିଷ, ଦୁଇ ବହୁ, ଝିଅ ଚିନ୍ମୟୀ ଜ୍ୱାଇଁ ଜୟନ୍ତ,ନାତି ନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ରବିବାର ସନ୍ଧ୍ୟାରେ ତାଙ୍କର ପାର୍ଥିବ ଶରୀରକୁ ବଲାଙ୍ଗୀର ବାସଭାବନକୁ ଅଣାଯାଇ ଟିଟିଲାଗଡ଼ ରାସ୍ତା ସ୍ଥିତ ସ୍ବର୍ଗଦ୍ୱାରରେ ତାାଙ୍କ
ଅନ୍ତେଷ୍ଟି କ୍ରିୟା ଅନୁଷ୍ଟିତ ହୋଇ ଯାଇଚି। ତାାଙ୍କ ବଡ ପୁଅ ଦେବାଶିଷ ମୁଖଗ୍ନି ଦେେଈଥିଲେ। ଶେଷ ର୍ଅ ଦର୍ଷ୍ଶନ ପାଇଁ ଶ୍ମଶାନ ରେ ଅନେକ
ବର୍ଗ ର ଲୋକ ଯୋଗ ଦେଇ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ