ମାଲକାନଗିରି, ୧୧ ଅଗଷ୍ଟ (ହି.ସ.)
ମାଲକାନଗିରି ଜିଲ୍ଲା ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇପାରୁନି ଉନ୍ନତମାନର ସ୍ବାସ୍ଥ୍ୟସେବା ଅଭାବରୁ ୭୦ ପ୍ରତିଶତ ରୋଗୀ ଆନ୍ଧ୍ର ଉପରେ ନିର୍ଭରଶୀଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶେଷଜ୍ଞ ସମେତ ଅଭିଜ୍ଞ ଡାକ୍ତରଙ୍କ ଅଭାବ ଏଥି ପାଇଁ ମୁଖ୍ୟତଃ ଦାୟୀ। ବର୍ଷ ବର୍ଷ ଧରି ଖାଲି ପଡ଼ିଥିବା ପଦବି ପୂରଣ ଦିଗରେ ସରକାର ଦୃଷ୍ଟି ଦେଉନଥିବାରୁ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ମିଳିପାରୁନି। ଆନ୍ଧ୍ର ଡାକ୍ତରଙ୍କ ମଧ୍ୟସ୍ଥି ସାଜିଛନ୍ତି ଜିଲ୍ଲାର କିଛି ଔଷଧ ଦୋକାନୀ ଓ ଗାଡି ମାଲିକ
ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କୁ ଉନ୍ନତମାନର ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୬ରେ କୋରାପୁଟରେ ସହିଦଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସ୍ଥାପନ କରିଥିଲେ ସରକାର ୨୦୨୧ ମସିହାରେ ପ୍ରଥମ ଡାକ୍ତରୀ ଛାତ୍ରଙ୍କ ପ୍ରଥମ ବ୍ୟାଚ୍ ପାସ୍ ଆଉଟ୍ ହୋଇଥିଲେ। ଏହା ପରଠାରୁ ନିୟମିତ ବ୍ୟବଧାନରେ ଡାକ୍ତରୀ ଛାତ୍ରଛାତ୍ରୀ ପାସ୍ ଆଉଟ୍ ହେଉଛନ୍ତି!କିନ୍ତୁ
ପିଏଚସିରେ ମଧ୍ୟ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁନି। ଫଳରେ ରୋଗୀ ଆନ୍ଧ୍ର ମୁହାଁ ହେଉଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବହୁ ବିଭାଗରେ ଡାକ୍ତର ପଦବି ଖାଲି ପଡିଥିବା ବେଳେ ଯେଉଁ କିଛି ନିୟୋଜିତ ଅଛନ୍ତି ଅଧିକାଂଶ ଔଷଧ ଦୋକାନରେ ଘରୋଇ ଚିକିତ୍ସା ରେ ବ୍ୟସ୍ତ!
ମାଲକାନଗିରି, ମେଡିକାଲରେ ଖାଲି ପଡିଥିବା ଡାକ୍ତର ପଦବି ପୂରଣ ହୋଇପାରୁନି କେବଳ ନୂତନ କୋଠା, ଉନ୍ନତମାନର ଭିତ୍ତିଭୂମିକୁ ଛାଡ଼ିଲେ ଡାକ୍ତରୀ ପଦବି ପୂରଣ ଦିଗରେ କୌଣସି ସୁଫଳ ମିଳିପାରିନି। କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୁହେଁ, ଉପଖଣ୍ଡ ଚିକିତ୍ସାଳୟ, ସିଏଚସିରେପ୍ରାକ୍ଟିସ କରୁଛନ୍ତି। ମେଡିକାଲ୍ ଗଲେ ଠିକ୍ ଭାବରେ ଦେଖୁନଥିବାରୁ ରୋଗୀମାନେ ସିଧା ଔଷଧ ଦୋକାନ ଗୁଡ଼ିକରେ ଖୋଲା ଯାଇଥିବା କ୍ଲିନିକ୍ରେ ପହଞ୍ଚୁଛନ୍ତି ପ୍ରତି ରୋଗୀଙ୍କ ବାବଦକୁ କ୍ଲିନିକ୍ କର୍ତ୍ତୃପକ୍ଷ ୨୦୦ ରୁ ୪୦୦ ଟଙ୍କା ଡାକ୍ତରୀ ଫି' ଆଦାୟ କରୁଛନ୍ତି। ଅନ୍ୟପକ୍ଷରେ କ୍ଲିନିକ୍ ପାଖରେ ଥିବା ଔଷଧ ଦୋକାନର ଯେତିକି
ମେଡିସିନ୍ ସରୁଛି ସେହି ଅନୁଯାୟୀ କମିଶନ୍ ଡାକ୍ତରଙ୍କ ଆକାଉଣ୍ଟକୁ ଚାଲି ଯାଉଛି ଫଳରେ ସରକାରୀ ଡ୍ୟୁଟି ସରିବା ସଙ୍ଗେ ସଙ୍ଗେ ଡାକ୍ତର କ୍ଲିନିକ୍ରେ ପହଞ୍ଚି ଯାଉଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଲ୍ୟାବ୍ ଥିଲେ ମଧ୍ୟ ଡାକ୍ତର ଘରୋଇ ଲ୍ୟାବ୍ ଓ ପାଥୋଲୋଜିର ରିପୋର୍ଟକୁ ହିଁ ପ୍ରାଧ୍ୟାନ୍ୟ ଦେଉଛନ୍ତି ଉଭୟ ରିପୋର୍ଟ ମଧ୍ୟରେ କୌଣସି ତଫାତ୍ ନଥିଲେ ମଧ୍ୟ ସରକାରୀ ମେଡିକାଲରେ ମାଗଣାରେ ହେଉଥିବା ଟେଷ୍ଟିଙ୍ଗ ବାବଦକୁ ଘରୋଇ ପାଥୋଲାବ୍ ଚଢ଼ା ଦର ନେଉଥିବା ଅଭିଯୋଗ ହେଉଛି!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ