ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ, ସଂକୁଳ ସ୍ଥରୀୟ ଜ୍ଞାନ ବିଜ୍ଞାନ ମେଳା
Sankuls Stariya Gyanabigyana Mela
ଫୋଟ


କନ୍ଧମାଳ ,୧୦ ଅଗଷ୍ଟ(ହି.ସ.) ଫୁଲବାଣୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାର ଉଦ୍ଘାଟନୀ ଉତ୍ସବରେ ସଂକୁଳ ସଂଯୋଜକ ରାଜେନ୍ଦ୍ର କୁମାର ପାଢ଼ୀ, ସଂକୁଳ ପ୍ରମୁଖ ପବିତ୍ର ମୋହନ ସାହୁ ଜିଲ୍ଲା ପ୍ରମୁଖ ଇନ୍ଦ୍ର ମଣି ନାୟକ,ଯୋଗ ଦେଇଥିବା ବେଳେ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟିର ଶୈକ୍ଷିକ ସଦସ୍ୟ ଶିବାଜୀ ଅଧିକାରୀ, ଟିକାବାଲି ଶିଶୁ ମନ୍ଦିରର ଯୁଗ୍ମ ସମ୍ପାଦକ ତଥା ଅବସର ପ୍ରାପ୍ତ ବିଇଓ ଫିରିଙ୍ଗିଆ ଶ୍ରୀଯୁକ୍ତ ଅଶୋକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ

ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମିଶ୍ର, ଶିଶୁମାନଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ମାର୍ଗ ଦର୍ଶନ କରିଥିଲେ।ସେହିପରି ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୂଗୋଳ ପ୍ରାଧ୍ୟାପକ ବିପିନ କୁମାର ବେହେରା ଯୋଗଦେଇ ଥିଲେ l ଏହି ବିଜ୍ଞାନ ମେଳାରେ ମୋଟ ୪୪ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ଉକ୍ତ ବିଜ୍ଞାନ ମେଳାରେ ବିଚାରକ ଭାବରେ ଅଭିଜ୍ଞ ସ୍ଥାନୀୟ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ପ୍ରକଳ୍ପ ଚୟନ କରାଯାଇଥିଲା।ଅନୁଷ୍ଠାନର ବିଜ୍ଞାନ ପ୍ରମୁଖ ନିରୂପମା ପଣ୍ଡାଙ୍କ ସଂଯୋଜନା ତଥା ସମସ୍ତ ବିଜ୍ଞାନ ଆଚାର୍ଯ୍ୟ,ଆଚାର୍ଯ୍ୟା ଏବଂ ଅନ୍ୟାନ୍ୟ ଆଚାର୍ଯ୍ୟ, ଆଚାର୍ଯ୍ୟାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ-ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତୀ ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ କୃତି ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande