କଚ୍ଛ, 13 ଅଗଷ୍ଟ (ହି.ସ.)-ଏୟାର ଇଣ୍ଡିଆର
ବିମାନଗୁଡ଼ିକରେ ନିୟମିତ ଯାନ୍ତ୍ରିକ ତ୍ରୁଟି ପାଇଁ ଖବର ଆସୁଥିବା ବେଳେ ବୁଧବାର ଦିନ ଗୁଜରାଟର
ଭୁଜ ବିମାନବନ୍ଦରରେ ମୁମ୍ବାଇକୁ ଯିବାକୁ ଥିବା ଏକ ଉଡ଼ାଣ ବାତିଲ କରାଯାଇଛି। ଏହି ବିମାନ
ମୁମ୍ବାଇରୁ ଏକ ଘଣ୍ଟା ବିଳମ୍ବରେ ଭୁଜରେ ପହଞ୍ଚିଥିଲା।
ଫଳରେ 182 ଯାତ୍ରୀ ସମସ୍ୟାରେ
ପଡ଼ିଥିଲେ ଏବଂ ସେମାନେ ଭୁଜ ବିମାନବନ୍ଦରରେ ହଙ୍ଗାମା କରିଥିଲେ।
ଭୁଜ ବିମାନବନ୍ଦର ସୂତ୍ର
ପକ୍ଷରୁ ଜଣାପଡିଛି ଯେ, ଏୟାର ଇଣ୍ଡିଆର ଏହି ବିମାନଟି ଆଜି ସକାଳ 8.30 ବେଳେ ପହଞ୍ଚିବାକୁ ଥିବା ବେଳେ 9.30 ମିନିଟ
ସମୟରେ ଭୁଜରେ ପହଞ୍ଚିଥିଲା। ଏହି ବିମାନଟିକୁ ପୁନଃ ମୁମ୍ବାଇକୁ ଫେରିବାର ଥିଲା, ତେଣୁ ଏହି ବିମାନ ପାଇଁ ଅପେକ୍ଷା କରୁଥିବା 182 ଯାତ୍ରୀ ଅସୁବିଧାର
ସମ୍ମୁଖୀନ ହୋଇଥିଲେ।
.....
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା