ଉରି, 13 ଅଗଷ୍ଟ (ହି.ସ.)
-ଜମ୍ମୁ-କାଶ୍ମୀରର
ବାରାମୂଳା ଜିଲ୍ଲାର ଉରି ସେକ୍ଟରରେ ବୁଧବାର ଦିନ ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ଏକ ଅନୁପ୍ରବେଶ
ପ୍ରୟାସକୁ ବିଫଳ କରିଦେଇଛି। ଏହା ପରେ ଆତଙ୍କବାଦୀମାନଙ୍କ ସହିତ ହୋଇଥିବା ଗୁଳିକାଣ୍ଡରେ ଜଣେ
ସେନା ଯବାନ ସହିଦ ହୋଇଛନ୍ତି।
ଔପଚାରିକ ସୂତ୍ର ମୁତାବକ ଉରି
ସେକ୍ଟରରେ ଏଲଓସିରେ ଅନୁପ୍ରବେଶ କରୁଥିବା ବେଳେଆତଙ୍କବାଦୀଙ୍କ ସହ ସେନା ଯବାନମାନଙ୍କର ଗୁଳି ବିନିମୟ ହୋଇଥିଲା। ଏହି ଗୁଳିକାଣ୍ଡରେ ଜଣେ ଯବାନ
ଦେଶର ପାଇଁ ସାହସର ସହିତ ଲ଼ଢି ବଳିଦାନ ଦେଇଛନ୍ତି। ସେନା ଏହି ଆତଙ୍କବାଦୀମାନଙ୍କୁ ଖୋଜିବା
ପାଇଁ ସେଠାରେ ତଲାଶୀ ଅଭିଯାନ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା