ନୂଆଦିଲ୍ଲୀ, 13 ଅଗଷ୍ଟ (ହି.ସ.)-ସ୍ୱାଧୀନତା ଦିବସ 2025
ସମାରୋହକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନ ଦେଇ 15 ଅଗଷ୍ଟ ଦିନ ସକାଳ 6:45 ରୁ 9
ଟା (ସାଢ଼େ ଦୁଇ ଘଣ୍ଟା) ପର୍ଯ୍ୟନ୍ତ ଦିଲ୍ଲୀ ଜଂକ୍ସନ୍ ଓ ଦିଲ୍ଲୀ ଶାହଦରା ଜଂକ୍ସନ୍ ରେଳୱେ
ଷ୍ଟେସନ୍ ମଧ୍ୟରେ ରେଳ ଯାତାୟାତ ସାମୟିକ ଭାବେ ବନ୍ଦ ରହିବ।
ଉତ୍ତର ରେଳ ବିଭାଗର ଅଧିକାରୀ
ବୁଧବାର ଦିନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ସମୟ ଅବଧି ଭିତରେ ଟ୍ରେନ୍ଗୁଡ଼ିକର ଚାଳନାରେ ପରିବର୍ତ୍ତନ କରାଯାଇଛି।
ଏହା
ଅନୁଯାୟୀ, ଅନେକ
ଟ୍ରେନ୍ ବିଲମ୍ବିତ, ବିକଳ୍ପ ମାର୍ଗରୁ ଚାଲୁ କରାଯାଇଛି, କିଛି ଟ୍ରେନ୍କୁ ସ୍ଥାନୀୟ ଭାବେ
ଶେଷ/ଆରମ୍ଭ କରାଯାଇଛି, କିଛିକୁ ନିୟନ୍ତ୍ରଣ କିମ୍ବା ପୁନଃ ନିର୍ଦ୍ଧାରିତ ସମୟରେ ଚାଲୁ କରାଯାଇଛି
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା