ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ କିରାଣୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ଭଦ୍ରକ, ୩୧ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ କିରାଣି ହରେକୃଷ୍ଣ ଧନୀଙ୍କୁ ଶନିବାର ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଦୀନବନ୍ଧୁ ଗାହାଣଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟାପକ ଡ. ସୁ
TIHIDI  ABASARA KALINA SAMBARDHNA


ଭଦ୍ରକ, ୩୧ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ କିରାଣି ହରେକୃଷ୍ଣ ଧନୀଙ୍କୁ ଶନିବାର ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଦୀନବନ୍ଧୁ ଗାହାଣଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟାପକ ଡ. ସୁକାନ୍ତ ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀରାମ ଦାସ, ଜ୍ଞାନ ରଂଜନ ଭୂୟାଁ, ଜିତେନ୍ଦ୍ର କୁମାର ରାୟମହାପାତ୍ର, ଜିତେନ୍ଦ୍ର ପାଢ଼ୀ, ଜଗବନ୍ଧୁ ମିଶ୍ର, ବିଜୟ କୁମାର ପଣ୍ଡା, ରମେଶ ଚନ୍ଦ୍ର ସାହୁ, ଦିଲୀପ କୁମାର ପତି, ବିଜୟ କୁମାର ସାହୁ, ଅଧ୍ୟାପିକା ଉଷାରାଣୀ ଜେନା, ନିରୁପମା ସାହୁ, ମାନୋଲି ସାମଲ, ମନ୍ଦାକିନୀ ବଳ, ସମୀକ୍ଷା ଲେଙ୍କା, ଜ୍ୟୋତ୍ସ୍ନାରାଣୀ ବିଶ୍ୱାଳ, ସ୍ୱେତାଲିନା ଦାସ, ଅଲିଭା ଜେନା, ଅଭିଲିପ୍‌ସା ଦାସ, ନିବେଦିତା ପଣ୍ଡା, ଅନ୍ନପୂର୍ଣ୍ଣା ରଥ, ସ୍ମରଣିକା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ କିରାଣୀ ଶ୍ରୀ ଧନୀଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କଲେଜର ବିପଦ ଭଂଜନ ପତି, ପଦ୍ମିନୀ ମହାନ୍ତି, ନିରଂଜନ ପାଢ଼ୀ, ସରୋଜ କୁମାର ବାରିକ, ରାଜେଶ କୁମାର ଦାସ, ପ୍ରଦୀପ କୁମାର ରାଉଳ, ଦିଲୀପ କୁମାର ସେଠୀ, ଦିବାକର ବୀର, ପୀତାମ୍ବର ପାତ୍ର, ଅନିଲ କୁମାର ବାରିକ, ରମେଶ କୁମାର ବଳ, ସବିତା ଜେନା, ବଂଶୀଧର ସେଠୀ ପ୍ରମୁଖ କିରାଣି ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande