ଭଦ୍ରକ, ୩୧ ଅଗଷ୍ଟ (ହି.ସ.) - ଭଦ୍ରକ ଅବକାରୀ ସ୍କ୍ୱାର୍ଡ଼ ପକ୍ଷରୁ ଚଢ଼ାଉ କରାଯାଇ ତିହିଡ଼ି ବଜାରର ଭାଟପଡ଼ା ପଂଚାୟତ ଅଫିସ୍ ଛକ ନିକଟରେ ଥିବା ମାଛହାଟ ପାଖରୁ ଜଣେ ଯୁବକଙ୍କ ଠାରୁ ୧୭ ଗ୍ରାମର ହେରୋଇନ ଜବତ କରାଯାଇଛି। ଏ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ୩୬/୨୫ରେ ଏକ ମକଦ୍ଦମା ରୁଜୁ କରାଯାଇ ମିର୍ଜାପୁର ଗ୍ରାମର ଜନାର୍ଦ୍ଦନ ପତି (୪୧) ନାମକ ଜଣେ ଯୁବକକୁ ଗିରଫ କରାଯାଇଥିବା ଜଣା ପଡ଼ିଛି। ଅବକାରୀ ବିଭାଗର ଅଧୀକ୍ଷକ ନରୋତମ ମିଶ୍ର ଓ ଡେପୁଟି ସୁପରିଟେଣ୍ଡେଂଟ ମେଜର ସୁଚରିତା ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ତିହିଡ଼ି ଅବକାରୀ ଥାନା ଅଧିକାରିଣୀ ସୁମିତ୍ରା ହେମ୍ବ୍ରମ, ଭଦ୍ରକ ରେଞ୍ଜ ଇନିସ୍ପେକ୍ଟର ଶ୍ରୀକାନ୍ତ ମୁର୍ମୁ, ଏଏସଆଇ କ୍ଷୀରୋଦ କୁମାର ପାତ୍ର, ଏଏସଆଇ ଦେବେନ୍ଦ୍ର କୁମାର ପାତ୍ର, ଏଏସଆଇ ବିଜୟ ମଲ୍ଲିକ, କନେଷ୍ଟବଳ ଅଜିତ୍ କୁମାର ସିଙ୍କୁ, ପରେଶ ଚନ୍ଦ୍ର ଟୁଡୁ, ପ୍ରଶାନ୍ତୀ ସିଂ, ମିଥୁନ ଜେନା, ସୁବାଶିଷ ରାଉତ, ସୁଦର୍ଶନ ପଲେଇ, ବିଭୂପ୍ରସାଦ, ସୂର୍ଯ୍ୟକାନ୍ତ କିସ୍କୁ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ। ଭଦ୍ରକ, ଧାମନଗର ଓ ତିହିଡ଼ି ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ