ଠିକ ଢଙ୍ଗରେ ନ ଚାଲିଲେ ଦଳ ଠାରୁ ଦୂରେଇବି- ପ୍ରଫୁଲ୍ଲ ମଲ୍ଲିକ
ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ଠିକ ଢଙ୍ଗରେ ନ ଚାଲିଲେ ଦଳ ଠାରୁ ଦୂରେଇବି । ବିଜେଡିକୁ ଏମିତି ଚେତାବନୀ ଦେଇଛନ୍ତି ଭେଟେରାନ ନେତା ପ୍ରଫୁଲ୍ଲ ମଲ୍ଲିକ । ଦୀର୍ଘଦିନ ପରେ ମୁଁହ ଖୋଲି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ମୁଁ ଏବେ ବିଜେଡ଼ିରେ ଅଛି
ଠିକ ଢଙ୍ଗରେ ନ ଚାଲିଲେ ଦଳ     ଠାରୁ ଦୂରେଇବି- ପ୍ରଫୁଲ୍ଲ ମଲ୍ଲିକ


ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ଠିକ ଢଙ୍ଗରେ ନ

ଚାଲିଲେ ଦଳ ଠାରୁ ଦୂରେଇବି । ବିଜେଡିକୁ ଏମିତି ଚେତାବନୀ ଦେଇଛନ୍ତି ଭେଟେରାନ ନେତା ପ୍ରଫୁଲ୍ଲ

ମଲ୍ଲିକ । ଦୀର୍ଘଦିନ ପରେ ମୁଁହ ଖୋଲି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ମୁଁ

ଏବେ ବିଜେଡ଼ିରେ ଅଛି। କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି। ଆଗକୁ ଯଦି ଦଳ

ଠିକ ନ ଚାଲେ ଦଳ ଠୁ ଦୂରେଇ ଯିବି। ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି।

ପୂର୍ବ ବିଚାର ଧାରାରେ ଦଳ ନାହିଁ। ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ। ପିଏସି, ଶୃଙ୍ଖଳା କମିଟି

ଭଳି ଦୁଇଟି ନିଷ୍ପତି ଗ୍ରହଣ କରାଯାଇଛି। ଅନ୍ୟ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରାଯାଇନି। ମୋ ସହିତ

କେହି ଆଲୋଚନା କରିନାହାଁନ୍ତି କି ମୁଁ କାହାକୁ ଭେଟିନି। ବର୍ତ୍ତମାନ୍ ନୂଆ ବିଜେଡି ଗଠନର ସମୟ

ନୁହେଁ।ପୁରୁଣା ବିଜେଡ଼ିକୁ ସଠିକ ଭାବେ ଚଳାଇବାକୁ ପଡିବ ବୋଲି ବିଜେଡି ନେତା କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande