ବାଣୀବିହାର କ୍ବାର୍ଟର୍ସରୁ ଜବରଦଖଲ ଉଚ୍ଛେଦ ଆରମ୍ଭ
ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ଆଜିଠାରୁ ବାଣୀବିହାରରେ ଆରମ୍ଭ ହୋଇଛି ଅପରେସନ ଅଲଆଉଟ୍‍ । ଅନଧିକୃତ ଭାବେ ମାଡି ବସିଥିବା କ୍ୱାର୍ଟର୍ସକୁ ଖାଲି କରୁଛି ପ୍ରଶାସନ । ଷ୍ଟାପ୍‍ କ୍ୱାର୍ଟର୍ସ ଖାଲି କରିବାକୁ ପୂର୍ବରୁ ନୋଟିସ କରିଥିଲା ଉକ୍ରଳ ବିଶ୍ୱବିଦ୍ୟାଳୟ । ଏହି
ବାଣୀବିହାର କ୍ବାର୍ଟର୍ସରୁ     ଜବରଦଖଲ ଉଚ୍ଛେଦ ଆରମ୍ଭ


ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ଆଜିଠାରୁ

ବାଣୀବିହାରରେ ଆରମ୍ଭ ହୋଇଛି ଅପରେସନ ଅଲଆଉଟ୍‍ । ଅନଧିକୃତ ଭାବେ ମାଡି ବସିଥିବା କ୍ୱାର୍ଟର୍ସକୁ ଖାଲି କରୁଛି ପ୍ରଶାସନ । ଷ୍ଟାପ୍‍

କ୍ୱାର୍ଟର୍ସ ଖାଲି

କରିବାକୁ ପୂର୍ବରୁ ନୋଟିସ କରିଥିଲା ଉକ୍ରଳ ବିଶ୍ୱବିଦ୍ୟାଳୟ । ଏହି ମହଲତ ଶେଷ ହେବା ପରେ ଆଜିଠୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।

ହଷ୍ଟେଲରୁ ଅଣଛାତ୍ରଙ୍କୁ ତଡିବା ପରେ ଏବେ କ୍ୱାର୍ଟର୍ସ ଖାଲି କରାଯାଉଛି ।

ସୁରକ୍ଷା ପାଇଁ ୪ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗତକାଲି

ସନ୍ଧ୍ୟା ସୁଦ୍ଧା ବେଆଇନ ଭାବେ ମାଡି ବସିଥିବା ଷ୍ଟାପ୍‍ କ୍ୱାର୍ଟର୍ସ ଖାଲି କରିବାକୁ କୁଳପତି ନିର୍ଦ୍ଦେଶ

ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande