ନୂଆଦିଲ୍ଲୀ, 12 ସେପ୍ଟେମ୍ବର (ହି.ସ.)- ଦିଲ୍ଲୀ
ହାଇକୋର୍ଟକୁ ଶୁକ୍ରବାର ସକାଳେ ଏକ ଇ-ମେଲ୍ ମାଧ୍ୟମରେ ବୋମାରେ ଉଡାଇବାକୁ ଧମକ ମିଳିବା ପରେ
ଅଦାଲତ ପରିସରରେ ଭୟର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଧମକ ପରେ କୋର୍ଟର କାର୍ଯ୍ୟକୁ ତୁରନ୍ତ
ସ୍ଥଗିତ କରାଯାଇଛି। ହାଇକୋର୍ଟ ପରିସରକୁ ଖାଲି କରିବା ପରେ ତଲାଶି ଅଭିଯାନ କରାଯାଇଛି । ଅଦାଲତର
ରେଜିଷ୍ଟ୍ରାର ଜେନେରାଲ୍ ଅରୁଣ ଭାରଦ୍ୱାଜଙ୍କୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ଆଜି ସକାଳ 10:41 ରେ ମିଳିଥିଲା। ଏହି ଇ-ମେଲ୍ରେ ଦିଲ୍ଲୀ ହାଇକୋର୍ଟରେ ବିସ୍ଫୋରଣ କରିବା ପାଇଁ ଦାବି
କରାଯାଇଥିଲା ଏବଂ କୁହାଯାଇଛି ଯେ ନମାଜ ପରେ କୌଣସି ସମୟରେ ଜଜ୍ ଚାମ୍ବରରେ ବିସ୍ଫୋରଣ ହୋଇପାରେ।
ସକାଳେ ମିଳିଥିବା ଇ-ମେଲ୍ରେ ଲେଖା ଥିଲା ଯେ କୋର୍ଟ ଭିତରେ ତିନିଟି ବୋମା ରଖାଯାଇଛି ଏବଂ ଦ୍ୱିପ୍ରହର
2ଟା ସୁଦ୍ଧା ପରିସର ଖାଲି କରାଯିବା ଉଚିତ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା