ଅର୍ଥ ହେରଫେର ମାମଲାରେ ନିରବତା ଭାଙ୍ଗିଲେ ରାଜ କୁନ୍ଦ୍ରା, କହିଲେ- ମୁଁ କୌଣସି ଭୁଲ୍ କରିନି
ମୁମ୍ବାଇ, 12 ସେପ୍ଟେମ୍ବର (ହି.ସ.) - ଶିଳ୍ପା ସେଟ୍ଟୀ ଓ ତାଙ୍କର ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ନାମ ପୂର୍ବରୁ ବିଭିନ୍ନ ବିବାଦରେ ଯୋଡି ହୋଇଥିଲା, କିନ୍ତୁ ଗତ କିଛି ଦିନ ହେବା ସହିତ ସେମାନଙ୍କ ସମସ୍ୟା ବଢିଛି । ଜଣେ ବ୍ୟବସାୟୀ ତାଙ୍କ ଉପରେ 60 କୋଟି ଟଙ୍କାର ଅ
ଅର୍ଥ ହେରଫେର ମାମଲାରେ     ନିରବତା ଭାଙ୍ଗିଲେ ରାଜ କୁନ୍ଦ୍ରା, କହିଲେ- ମୁଁ କୌଣସି ଭୁଲ୍ କରିନି


ମୁମ୍ବାଇ, 12 ସେପ୍ଟେମ୍ବର (ହି.ସ.)

- ଶିଳ୍ପା ସେଟ୍ଟୀ ଓ

ତାଙ୍କର ସ୍ୱାମୀ ରାଜ୍

କୁନ୍ଦ୍ରାଙ୍କ ନାମ ପୂର୍ବରୁ ବିଭିନ୍ନ ବିବାଦରେ ଯୋଡି ହୋଇଥିଲା,

କିନ୍ତୁ ଗତ କିଛି ଦିନ ହେବା ସହିତ ସେମାନଙ୍କ ସମସ୍ୟା

ବଢିଛି । ଜଣେ ବ୍ୟବସାୟୀ ତାଙ୍କ ଉପରେ 60 କୋଟି ଟଙ୍କାର ଅନିୟମିତତା କରିଥିବା ନେଇ ଗୁରୁତର

ଅଭିଯୋଗ ଲଗାଇଛନ୍ତି। ବର୍ତ୍ତମାନ ଏହି ମାମଲାରେ ରାଜ୍ କୁନ୍ଦ୍ରା ପ୍ରଥମ ଥର ପାଇଁ ନୀରବତା ଭଙ୍ଗ

କରି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।

ଉକ୍ତ ବ୍ୟବସାୟୀଙ୍କ ଦାବି

ଅନୁଯାୟୀ, ବିନିଯୋଗ ଓ ଋଣ

ନାମରେ ଦିଆଯାଇଥିବା ଟଙ୍କାକୁ ଶିଳ୍ପା ଓ ରାଜ୍ ତାଙ୍କର ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବ୍ୟବହାର

କରିଛନ୍ତି। ଏହି ମାମଲା ଉପରେ ରାଜ୍ କୁନ୍ଦ୍ରା ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି। ତାଙ୍କର

ପଞ୍ଜାବୀ ଫିଲ୍ମ ‘ମେହର’

ର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ସମୟରେ ସେ କହିଛନ୍ତି

ଯେ, ଜୀବନ ହେଉଛି ଅପେକ୍ଷା କରିବା ଓ ଦେଖିବାର ନାମ। ଆମେ କୌଣସି ଭୁଲ କରିନାହିଁ,

ତେଣୁ କିଛି କହିବା ଆବଶ୍ୟକ ବୋଧ ହୋଇନାହିଁ। ଯେତେବେଳେ

ଆମେ ସତ୍ୟକୁ ଜାଣୁଛୁ, ସେତେବେଳେ

ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ନାହିଁ। ସତ୍ୟ ସମୟ ଲାଗିଲେ ମଧ୍ୟ ସାମ୍ନାକୁ ଆସିଯିବ। ଆମେ କେବେ

ଭୁଲ କରିନାହିଁ, ଓ କେବେ ମଧ୍ୟ କରିବୁନି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande