ବିଜାପୁର, 12 ସେପ୍ଟେମ୍ବର (ହି.ସ.)- ଛତିଶଗଡ଼ର ବିଜାପୁର
ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଆଜି ଶୁକ୍ରବାର ସକାଳେ ସୁରକ୍ଷାବଳ ଓ ନକ୍ସଲମାନଙ୍କ ମଧ୍ୟରେ
ଘଟିଥିବା ଗୁଳିକାଣ୍ଡରେ ଦୁଇ ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଦୁଇ ଜଣ ବର୍ଦ୍ଧିଧାରୀ
ନକ୍ସଲଙ୍କ ମୃତଦେହ ସହ ଏକ 303 ରାଇଫଲ୍, ବିସ୍ଫୋଟକ ସାମଗ୍ରୀ ଓ ଅନ୍ୟାନ୍ୟ ଦୈନିକ ଉପଯୋଗର ବସ୍ତୁ ଉଦ୍ଧାର କରାଯାଇଛି।
ବସ୍ତର ଆଇ.ଜି. ସୁନ୍ଦରରାଜ
ପି. ଏହାର ସୂଚନା ଦେଇ କହିଛନ୍ତି ଯେ, ଅଞ୍ଚଳରେ ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ସୂଚନା ମିଳିବା ପରେ ସୁରକ୍ଷାବଳ ତଲାସୀ ଅଭିଯାନ
ଆରମ୍ଭ କରିଥିଲେ। ଏହି ଅଭିଯାନ ସମୟରେ ଆଜି ସକାଳେ ଗୁଳିକାଣ୍ଡ ଆରମ୍ଭ ହୋଇଥିଲା। ଦୁଇପକ୍ଷ
ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି ହୋଇଥିବା ଗୁଳିକାଣ୍ଡ ପରେ, ଏପର୍ଯ୍ୟନ୍ତ ଘଟଣାସ୍ଥଳରୁ 2 ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା