କାଲି ପିଏମ ମୋଦିଙ୍କ ମଣିପୁର ଗସ୍ତ, କାଂଗଲା ଫୋର୍ଟରେ ହିଂସା ପୀଡିତ ପରିବାରକୁ କରିବେ ସାକ୍ଷାତ
ଇମ୍ଫାଲ, 12 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଣିପୁର ଗସ୍ତ ସେପ୍ଟେମ୍ବର 13 ରେ ନିର୍ଦ୍ଧାରିତ ହୋଇଛି। ଏହା ତାଙ୍କର ରାଜ୍ୟକୁ ପ୍ରଥମ ଗସ୍ତ ହେବ । ଅଢେଇ ବର୍ଷ ପୂର୍ବରୁ ଏଠାରେ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ଉପୁଜିଥିଲା
କାଲି ପିଏମ ମୋଦିଙ୍କ     ମଣିପୁର ଗସ୍ତ, କାଂଗଲା ଫୋର୍ଟରେ ହିଂସା ପୀଡିତ ପରିବାରକୁ କରିବେ ସାକ୍ଷାତ


ଇମ୍ଫାଲ, 12 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦିଙ୍କ ମଣିପୁର ଗସ୍ତ ସେପ୍ଟେମ୍ବର 13 ରେ ନିର୍ଦ୍ଧାରିତ ହୋଇଛି। ଏହା ତାଙ୍କର

ରାଜ୍ୟକୁ ପ୍ରଥମ ଗସ୍ତ ହେବ । ଅଢେଇ ବର୍ଷ ପୂର୍ବରୁ ଏଠାରେ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ

ହିଂସା ଉପୁଜିଥିଲା ।

କାର୍ଯ୍ୟକ୍ରମ ଅନୁଯାୟୀ,

ପ୍ରଧାନମନ୍ତ୍ରୀ ପ୍ରଥମେ ଚୁରାଚାଂଦପୁର (ସିସିପୁର)

ଯିବେ। ସେଠାରେ ସେ ବିକାଶମୂଳକ ଯୋଜନାର ଆଧାରଶିଳା ରଖିବେ ଓ ହିଂସା ପ୍ରଭାବିତ ପରିବାରମାନଙ୍କ

ସହିତ ସାକ୍ଷାତ କରିବେ। ଏହା ପରେ ସେ ଇମ୍ଫାଲ ଯିବେ ଓ ଐତିହାସିକ କାଙ୍ଗଲା କିଲ୍ଲାରେ ଜନସଭାକୁ

ସମ୍ବୋଧନ କରିବେ ଓ ଅନେକ ଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ।

ମଣିପୁରର ମୁଖ୍ୟ ସଚିବ ପୁନିତ

କୁମାର ଗୋଏଲ୍ ପ୍ରେସମିଟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶନିବାର ଦ୍ୱିପ୍ରହର 2.30 ଟା ଭିତରେ

କାଙ୍ଗଲା ପହଞ୍ଚିବେ। ତା'ପୂର୍ବରୁ ସେ ଘାଟି

ଅଞ୍ଚଳର ବିସ୍ଥାପିତ ପରିବାରମାନଙ୍କ ସହିତ ଆଲୋଚନା କରିବେ। ସେ କହିଛନ୍ତି,

“ପ୍ରଧାନମନ୍ତ୍ରୀ ପ୍ରାୟ 7,300 କୋଟି ଟଙ୍କାର ପ୍ରକଳ୍ପମାନଙ୍କ

ଆଧାରଶିଳା ରଖିବେ ଓ 1,200 କୋଟି ଟଙ୍କାର ଯୋଜନାମାନଙ୍କ ଉଦ୍‌ଘାଟନ କରିବେ। ଏହି ପଦକ୍ଷେପଗୁଡ଼ିକ

ପ୍ରଧାନମନ୍ତ୍ରୀଙ୍କ ମଣିପୁରର ବିକାଶ ଓ କଲ୍ୟାଣ ପ୍ରତି ଅତୁଟ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande