ମାଲକାନଗିରି, ୧୬ ସେପ୍ଟେମ୍ବର (ହି.ସ.)
କାଲିମେଳା ପୋଲିସ ଏସଆଇ ଡି.ଡି.ସୁଗ୍ରୀଙ୍କ ନେତୃତ୍ୱରେ ପୋଲିସ ଟିମ ଗତ ଶନିବାର ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ, ତିନି ଜଣ ବ୍ୟକ୍ତି ପଲସର ମୋଟର ସାଇକେଲରେ ମୋଟୁ ଅଭିମୁଖେ ଯାଉଥିବାର ଦେଖିଥିଲେ। ପୋଲିସ କର୍ମଚାରୀମାନେ ଏମଭି ୯୦ ଛକ ନିକଟରେ ସେମାନଙ୍କୁ ଅଟକାଇଥିଲେ କିନ୍ତୁ ଅଭିଯୁକ୍ତମାନେ ସେମାନଙ୍କର ମୋଟର ସାଇକେଲ ଏବଂ ଗଞ୍ଜେଇ ଛାଡି ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ। ତେଣୁ ଏଣ୍ଡି ପିଏସ ଆଇନର ପ୍ରକ୍ରିୟା ଅନୁସରଣ କରି, କାଲିମେଳା ପୋଲିସ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ଘଟଣାସ୍ଥଳରୁ ମୋଟର ସାଇକେଲ ୨୨ କେଜି ଗଞ୍ଜେଇ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରିଥିଲା।
ଏହି ସମ୍ପର୍କରେ କାଲିମେଳା ପିଏସ୍ କେସ୍ ନଂ-୨୧୦/୨୦୨୫ ୟୁ/ଏସ୍-୨୦(ବି)(ii)(ସି) ଏନଡିପିଏସ୍ ଆଇନରେ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଥିବା କାଲିମେଳା ଆଇ ଆଇ ସି ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି!
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ