ଜୟପୁର, ୧୬ ସେପ୍ଟେମ୍ବର (ହି.ସ.)- ଜୟପୁର ସହରରେ ବିଭିନ୍ନ ସ୍ଥାନରେ ଚଢଉ କରିଛି ଟାଉନ ପୋଲିସ । ଚଢଉ କରି ବିକଟାଳ ଶବ୍ଦ କରୁଥିବା ୨୮ଟି ବୁଲେଟ ଜବତ କରିଛି । ଜୟପୁର ସହର ମୁଖ୍ୟ ରାସ୍ତା, ଟ୍ରାଫିକ ଛକ, ଏମଜି ରୋଡ ଆଦି ସ୍ଥାନରେ ପୋଲିସ ଚଢଉ କରିଥିଲ। ବିକାଟାଳ ଶବ୍ଦ କରି ଲୋକଙ୍କୁ ହଇରାଣ କରୁଥିବା ୨୮ଟି ବୁଲେଟକୁ ଜବତ କରାଯାଇଥିଲା । କମ୍ପାନି ଦେଇଥିବା ସାଇଲେନ୍ସର ବୁଲେଟ ମାଲିକ ମାନେ ଲଗାଇବା ପରେ ଜୋରିମାନା ଆଦାୟ କରିଛି ପୋଲିସ ପରେ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସରକୁ ରୋଲେର ଦ୍ୱାରା ନଷ୍ଟ କରିଛି। ଏପରି ଚଢଉ ଆଗାମି ଦିନରେ ମଧ୍ୟ ଜୋରସୋରରେ କରାଯିବ ବୋଲି ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।କୋରାପୁଟ ଏସପି ରୋହିତ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ପାର୍ଥ୍ୟ କଶ୍ୟପଙ୍କ ତତ୍ୱବାଧାନରେ ଏହି ଚଢଉ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି